ବଦଳିଲା ଫିଲ୍ମ ‘ଡ୍ରିମ୍ ଗାର୍ଲ-୨’ ରିଲିଜ୍ ତାରିଖ
ମୁମ୍ବାଇ: ଫିଲ୍ମ ‘ଡ୍ରିମ୍ ଗାର୍ଲ-୨’ର ରିଲିଜ୍ ତାରିଖ ବଦଳିଛି । ସପ୍ତାହେ ପୂର୍ବରୁ ଏହା ପରଦାକୁ ଆସିବ । ପୂର୍ବରୁ ଏହି ଚଳଚ୍ଚିତ୍ରଟି ଆସନ୍ତା ଜୁନ୍ ୨୯ ତାରିଖରେ ଶୁଭମୁକ୍ତି କରିବ ବୋଲି ଘୋଷଣା ହୋଇଥିଲା । ହେଲେ ଏହାକୁ ଜୁନ୍ ୨୩ ତାରିଖରେ ରିଲିଜ୍ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ।
ରିପୋର୍ଟ ଅନୁସାରେ, କାର୍ତ୍ତିକ ଆର୍ଯ୍ୟାନ ଓ କିଆରା ଆଡ଼ଭାନିଙ୍କ ଫିଲ୍ମ 'ସତ୍ୟ ପ୍ରେମ କି କଥା' ଯୋଗୁ ନିର୍ମାତା ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍ ୨୯ ତାରିଖରେ ଫିଲ୍ମଟି ମୁକ୍ତିଲାଭର ଯୋଜନା ଅଛି । ଯଦି ଏମିତି ହୁଏ, ବକ୍ସ ଅଫିସ୍ ଉପରେ ଏହାର ପ୍ରଭାବ ପଡ଼ିବ । ବିଶେଷ କରି ଫିଲ୍ମ କଲେକ୍ସନ୍ ଉପରେ । ଏହାକୁ ଦୃଷ୍ଟିରେ ରଖି 'ଡ୍ରିମ୍ ଗର୍ଲ-୨' ସପ୍ତାହେ ଆଗରୁ ରିଲିଜ୍ କରିବାକୁ ମେକର୍ ନିଷ୍ପତ୍ତି ନେଇଛନ୍ତି ।
ମୂଳ ଫିଲ୍ମ ‘ଡ୍ରିମ୍ ଗର୍ଲ’ରେ ଆୟୁଷ୍ମାନଙ୍କ ଅପୋଜିଟ୍ରେ ଥିଲେ ନୁସ୍ରତ ଭରୁଚା । ସିକ୍ୱେଲ୍ରେ ଅନନ୍ୟାଙ୍କୁ କାଷ୍ଟ୍ କରାଯାଇଛି । ଉଭୟଙ୍କ ସମେତ ଅନୁ କପୁର, ପରେଶ ରାୱଲ, ଅଭିଷେକ ବାନାର୍ଜୀ, ସୀମା ପହୱା ଓ ମନଜୋତ ସିଂହଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ଅନନ୍ୟାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । 'ଡ୍ରିମ୍ ଗର୍ଲ-୨' ବ୍ୟତିତ ଖୋ ଗେୟେ ହାମ୍ କାହାଁରେ ମଧ୍ୟ ଅନନ୍ୟାଙ୍କୁ ଦେଖିବାକୁ ମିଳିବ । ସେହିପରି ଆୟୁଷ୍ମାନ ଖୁରାନାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । ଡ୍ରିମଗାର୍ଲ ୨ ବ୍ୟତିତ ସେ ଆନ ଆକ୍ସନ ହିରୋ ଫିଲ୍ମରେ ନଜର ଆସିବେ ।
Powered by Froala Editor