ମାନବବିହୀନ ବୋଟ୍, ପାଣିରେ ରହି କରିବ ପେଟ୍ରୋଲିଂ

ନୂଆଦିଲ୍ଲୀ: ଶତ୍ରୁ ସହ ଲଢ଼ିବ ମାନବବିହୀନ ବୋଟ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ୩ଟି ସଶସ୍ତ୍ର ମାନବବିହୀନ ବୋଟ ପ୍ରସ୍ତୁତ କରାଯାଇଛି । ପୁନେରେ ଡିଆରଡିଓ ପକ୍ଷରୁ ଏହି ମାନବବିହୀନ ବୋଟର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଏହା ସମୁଦ୍ରରେ ଶତ୍ରୁର ଗତିବିଧି ଉପରେ ନଜର ରଖିବ । ୨୪ ଘଣ୍ଟା ପର୍ୟ୍ୟନ୍ତ ପାଣିରେ ରହି ପେଟ୍ରୋଲିଂ କରି ପାରିବ ।
ବୋଟରେ ଲାଗିଥିବା ସର୍ଭିଲାନ୍ସ କ୍ୟାମେରା ସାହାଯ୍ୟରେ ୩୬୦ ଡିଗ୍ରୀ ଲାଇଭ୍ ଫିଡ୍ ଦେଖିହେବ । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବୋଟ୍ରେ ଅସ୍ତ୍ରଶସ୍ତ୍ର ଲଗାଯାଇଛି । ରିମୋର୍ଟ ଦ୍ୱାରା ଏହାକୁ କଣ୍ଟ୍ରୋଲ କରାଯିବ । ଗୋଟିଏ ବଟନ୍ ଦ୍ୱାରା କଣ୍ଟ୍ରୋଲ ରୁମରେ ବସି ଶତ୍ରୁକୁ ମାତ୍ ଦିଆଯାଇପାରିବ । ସାଗର ଡିଫେନ୍ସ ଇଞ୍ଜିନିୟରିଂ ନାମକ କମ୍ପାନୀ ଡିଆରଡିଓ ସହ ମିଶି ଏହି ବୋଟ୍ ନିର୍ମାଣ କରିଛି । ଏହି ବୋଟର ଏପର୍ୟ୍ୟନ୍ତ କୌଣସି ନାମକରଣ କରାଯାଇନାହିଁ ।
Powered by Froala Editor