ରାସନ କାର୍ଡଧାରୀଙ୍କ ପାଇଁ ବଡ ଘୋଷଣା, ଜାଣନ୍ତୁ କ’ଣ

ମୁମ୍ବାଇ : ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଗରିବ ଏବଂ ରାସନ କାର୍ଡଧାରୀଙ୍କୁ ଫ୍ରି ରାଶନ ସମେତ ଅନେକ ଖାସ୍ ସୁବିଧା ଦିଆଯାଉଛି । ଏଥର ଦିପାବଳୀରେ ରାଜ୍ୟ ସରକାରଙ୍କ ତରଫରୁ ରାସନ କାର୍ଡଧାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଯଦି ଆପଣ ମଧ୍ୟ କାର୍ଡଧାରୀ ତେବେ ଆପଣଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଖାଦ୍ୟ ପ୍ୟାକେଟ୍ ଦିଆଯିବ ।
ଆପଣଙ୍କୁ କହିରଖୁଛୁ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ମଙ୍ଗଳବାର ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ଆଗାମୀ ଦିପାବଳୀ ପର୍ବ ପାଇଁ ୧୦୦ ଟଙ୍କାର ତେଜରାତି ସାମଗ୍ରୀ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ୧୦୦ ଟଙ୍କାର ପ୍ୟାକେଟରେ ଏକ କିଲୋ ସୁଜି, ଚିନାବାଦାମ, ଖାଦ୍ୟ ତେଲ ଏବଂ ଡାଲି ସାମିଲ ।
ମନ୍ତ୍ରିମଣ୍ଡଳ ବୟାନରେ କହିଛି କି ରାଜ୍ୟରେ ଏମିତି ୧.୭୦ କୋଟି ପରିବାର ବା ୭ କୋଟି ଲୋକ ସାମିଲ ଯେଉଁ ମାନଙ୍କ ପାଖରେ ରାସନ କାର୍ଡର ସୁବିଧା ରହିଛି । ସେମାନେ ରାଜ୍ୟ ଦ୍ୱାରା ସଞ୍ଚାଳିତ ରାସନ ଦୋକାନରୁ ଖାଦ୍ୟ କିଣିବା ପାଇଁ ଯୋଗ୍ୟ ହିତାଧିକାରୀ । ସେମାନଙ୍କୁ ଦିପାବଳୀରେ ଏହି ସୁବିଧା ପ୍ରଦାନ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor