ହିଜବ-ଉଲ-ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ଶୈକତ ଅହମ୍ମଦ ଶେଖକୁ ଆତଙ୍କବାଦୀ ଘୋଷଣା

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ହିଜବ-ଉଲ-ମୁଜାହିଦ୍ଦିନର ମୁଖ୍ୟ ଲଞ୍ଚିଂ କମାଣ୍ଡର ଶୈକତ ଅହମ୍ମଦ ଶେଖକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ମଙ୍ଗଳବାର ଜାମ୍ମୁ-କାଶ୍ମୀରରେ ଆତଙ୍କ ହିଂସା ପ୍ରସାର କରୁଥିବା ଅଭିଯୋଗରେ ବେଆଇନ କାର୍ୟ୍ୟକଳାପ (ପ୍ରତିରୋଧକ) ଅଧିନିୟମ,୧୯୬୭ ଅଧିନରେ ଆତଙ୍କବାଦୀ ଘୋଷଣା କରାଯାଇଛି। ୧୯୭୦ ମସିହାରେ ଜାମ୍ମୁ କାଶ୍ମୀର ବାରାମୁଲାର ଗନି ହମାମ ଅଞ୍ଚଳରେ ଜନ୍ମ ହୋଇଥିବା ଗୁଲାମ ନବୀ ଶେଖଙ୍କ ପୁତ୍ର ଶୈକତ ବର୍ତ୍ତମାନ ପାକିସ୍ତାନରେ ରହିଛି।
ଉତ୍ତର କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବା ସହ ତାର ସହଯୋଗୀ ନେଟୱାର୍କ ସହ ମିଳିତ ଭାବେ ଆତଙ୍କବାଦୀ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ବେଆଇନ କାର୍ୟ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ଧାରା ୩୫ ର ଉପ-ଧାରା (୧) ର ଧାରା (କ) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ମଙ୍ଗଳବାର ଦିନ ଗୃହ ମନ୍ତ୍ରଣାଳୟ (ଗଐଇ) ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଅହମ୍ମଦ ଶେଖକୁ ଆତଙ୍କବାଦୀ ଭାବ ଘୋଷଣା କରାଯାଉଛି।
Powered by Froala Editor