ଗଙ୍ଗାଘାଟରେ ଫଟୋ ଉଠାଇବା ସମୟରେ ବୁଡ଼ିଗଲେ ୬ଜଣ

ନୂଆଦିଲ୍ଲୀ: କାନପୁରରେ ପାଣିରେ ବୁଡି ମୃତ୍ୟୁ ଘଟଣାରେ ହଇଚଇ ସୃଷ୍ଟି ହୋଇଛି । କାନପର ବିହ୍ଲୌର ସ୍ଥିତ ଗଙ୍ଗାଘାଟରେ ପାଣିରେ ପଶି ଫଟୋ ଉଠାଉଥିବା ସମୟରେ ପାଣିରେ ବୁଡିଯାଇ ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ ସମେତ ଏସଡିଆରଏଫ୍ ଏବଂ ଗୋତାଖୋରୀର ସର୍ଚ୍ଚ ଅପରେସନ୍ ଟିମ୍ । ସୂଚନା ମୁତାବକ, ସୌରଭ କଟିୟାରଙ୍କ ଦାଦାଙ୍କ ଦୋକାନ ଉଦଘାଟନ ହେବାର ଥିଲା । ଏଥିରେ ଯୋଗଦେବାକୁ ତାଙ୍କ ସମ୍ପର୍କୀୟ ଓ ତାଙ୍କ ପିଲାମାନେ ଆସିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅନୁଷ୍କା, ତନୁ, ମନୁ, ଆଂଶିକା ଓ ସୌରଭ ସମସ୍ତେ ମିଶିି ମଙ୍ଗଳବାର ଦ୍ୱିପହର ସମୟରେ ଗଙ୍ଗାଘାଟକୁ ଯାଇ ପାଣିରେ ପଶି ଫଟୋ ଉଠାଇବାକୁ ଇଚ୍ଛା କରିଥିଲେ । ବାହାରେ ରହି ଗୌରୀ ଏମାନଙ୍କ ଫଟୋ ଉଠାଇଥିଲା ।
ଠିକ୍ ଏହି ସମୟରେ ଆଂଶିକା ପାଣିରେ ବୁଡିବାକୁ ଲାଗିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ସମସ୍ତେ ଜଣକ ପରେ ଜଣେ ପାଣି ଭିତରକୁ ପଶିଯାଇଥିଲେ । ଚାହୁଁଚାହୁଁ ସମସ୍ତେ ବୁଡିଯାଇ ଗଙ୍ଗାର ସ୍ରୋତରେ ଭାସିଯାଇଥିଲେ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୫ ଜଣଙ୍କୁ ଖୋଜା ଜାରି ରହିଛି ।
Powered by Froala Editor