CNN ବିରୋଧରେ ମାନହାନୀ ମକଦ୍ଦମା ଦାଏର କଲେ ଟ୍ରମ୍ପ, ଜାଣନ୍ତୁ କାରଣ

ଓ୍ବାଶିଂଟନ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା CNN ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗଣମାଧ୍ୟମ ସଂସ୍ଥା ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରୋପୋଗେଣ୍ଡା ଆଧାରିତ ଖବର ପ୍ରସାରିତ କରିବା ପାଇଁ କ୍ୟାମ୍ପେନ ଆରମ୍ଭ କରିଥିବା ଟ୍ରମ୍ପଙ୍କ ଅଭିଯୋଗ କରିଛନ୍ତି । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଭାବମୂର୍ତ୍ତି ମଳିନ କରିବା ଓ ତାଙ୍କୁ ପରିଜିତ କରିବା ପାଇଁ ଉଦ୍ଦେଶ୍ୟମୂଳକ କ୍ୟାମ୍ପେନ ଆରମ୍ଭ କରାଯାଇଥିବା ଟ୍ରମ୍ପ ଏହି ଆବେଦନରେ ଦର୍ଶାଇଛନ୍ତି ।
ଅନ୍ୟ ଏକ ଆମେରିକୀୟ ଗଣମାଧ୍ୟମ ସଂସ୍ଥା ଓ୍ବାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରସାରିତ ଖବର ଅନୁସାରେ, ଏହି ସମ୍ପର୍କିତ କ୍ଷତିପୂରଣ ବାବଦକୁ ଟ୍ରମ୍ପ ସମ୍ପୃକ୍ତ ଗଣମାଧ୍ୟମ ଠାରୁ ୪୭୫ ଆମେରିକୀୟ ଡଲାର କ୍ଷତିପୂରଣ ରାଶି ମଧ୍ୟ ଦାବି କରିଛନ୍ତି ଟ୍ରମ୍ପ । ଦକ୍ଷିଣ ଫ୍ଲୋରିଡାର ଫେଡେରାଲ କୋର୍ଟରେ ଏହି ମାମଲା ଦାଏର କରିଛନ୍ତି ଟ୍ରମ୍ପ । CNN ଏକ ଲୋକପ୍ରିୟ ସଂସ୍ଥା ହୋଇଥିଲାବେଳେ, ତାଙ୍କ ସମ୍ପର୍କରେ ଏପରି ଅମୂଳକ ଖବର ପରିବେଷଣ କରି ନିଜ ଦର୍ଶକଙ୍କ ଜରିଆରେ ଭାବମୂର୍ତ୍ତି ଖରାପ କରିବା ସହ ଆଗାମୀ ନିର୍ବାଚନରେ ତାଙ୍କୁ ପରାଜିତ କରିବା ପରି ଉଦ୍ଦେଶ୍ୟ ରଖାଯାଇଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି ।ଟ୍ରମ୍ପଙ୍କର ଏପରି ଅଭିଯୋଗ ମଧ୍ୟ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେ ସମାନ ଅଭିଯୋଗ ନେଇ ଅନ୍ୟ କିଛି ପ୍ରମୁଖ ଗଣମାଧ୍ୟମକୁ ମଧ୍ୟ ଧମକ ଦେଇ ସାରିଛନ୍ତି । ଆମେରିକାର ଅନ୍ୟତମ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ୨୦୨୦ରେ ମଧ୍ୟ ଦି ନ୍ୟୁୟର୍କ ଟାଇମ୍ସ ଏବଂ ୱାଶିଂଟନ୍ ପୋଷ୍ଟ ଉପରେ ମଧ୍ୟ ଏକ ଆର୍ଟିକଲ ପ୍ରକାଶନକୁ ନେଇ ମାମଲା ଦାଏର କରିିଥିଲେ ଟ୍ରମ୍ପ ।
Powered by Froala Editor