ହାଲୁକା କିନ୍ତୁ ପରାକ୍ରମୀ : ବାୟୁସେନାରେ ସାମିଲ ହେଲା ‘ପ୍ରଚଣ୍ଡ’
ଭାରତୀୟ ବାୟୁସେନାରେ ସାମିଲ ହୋଇଛି ହାଲୁକା ଲଢୁଆ ବିମାନ ପ୍ରଚଣ୍ଡ । ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍) ପ୍ରଚଣ୍ଡକୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି।
ଖବର ଅନୁଯାୟୀ, ନବରାତ୍ରର ମହାଷ୍ଟମୀ ତିଥିରେ ଏହି ଲାଇଟ୍ କମ୍ବାଟ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ କରିବା ସହ ଏହାର ନାଁ ଦେଇଛନ୍ତି ପ୍ରଚଣ୍ଡ । ବାୟୂସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ ହାଲୁକା ଆକ୍ରମଣକାରୀ ହେଲିକପ୍ଟର । ରାଜସ୍ଥାନ ଯୋଧପୁର ଏୟାରବେସରେ ଏହି ହେଲିକପ୍ଟରକୁ ମୁତୟନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ହେଲକପ୍ଟରକୁ ବାୟୂସେନାକୁ ସମର୍ପଣ କରିଛନ୍ତି । ଏହି ଯୁଦ୍ଧ ବିମାନ ଭାରତର ବିଜୟ ରଥ ବୋଲି କହିଛନ୍ତି ରାଜନାଥ ।
କାର୍ଯ୍ୟକ୍ରମରେ ନୂତନ ସିଡିଏସ ଜେନେରାଲ ଅନୀଲ ଚୌହାନ ଏବଂ ଭାରତୀୟ ବାୟୁ ସେନା ମୁଖ୍ୟ ମାର୍ଶାଲ ଭିଆର ଚୌଧୁରୀ ଉପସ୍ଥିତ ଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା କରାଯାଇଛି। ରାଜନାଥ କହିଛନ୍ତି ଯେ, ଦୀର୍ଘ ଦିନ ହେବ ଆକ୍ରଣାତ୍ମକ ହେଲି କପ୍ଟରରର ଆବଶ୍ୟକତା ଥିଲା। ବିଶେଷ କରି ୧୯୯୯ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଏହାର ଯଥେଷ୍ଟ ଆବଶ୍ୟକ ଥିବା ଅନୁଭବ ହୋଇଥିଲା। ଯେଉଁ ଆବଶ୍ୟକ ଏବେ ପୂରଣ ହୋଇପାରିଛି।
ଜେନେରାଲ ଚୌହାନ ସିଡିଏସର ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ । ଆଗକୁ ସେନାର ଯୋଜନା ଅଛି ଯେ, ଏବେ ୯୫ଟି ହାଲୁକା ହେଲିକପ୍ଟର କିଣିବ। ଏହାକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । କିଛି ହେଲିକପ୍ଟରକୁ ଧ୍ରୁବ ମାଧ୍ୟମରେ ବିକଶିତ କରାଯିବ ।
Powered by Froala Editor