ଦେଶର ପ୍ରଥମ ମାର୍ସ ଅର୍ବିଟର ମିଶନ ଅଭିଯାନ ଶେଷ

ବେଙ୍ଗାଲୁରୁ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ମଙ୍ଗଳଯାନ ବା ମାର୍ସ ଅର୍ବିଟର ମିଶନ ଅଭିଯାନ ଶେଷ ହୋଇଛି । ମାର୍ସର ଇନ୍ଧନ ଓ ବ୍ୟାଟେରୀ ସରିଯିବା ପରେ ଭୂ-ପୃଷ୍ଠର ଷ୍ଟେସନ ସହ ଏହାର ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି । ତେବେ ସବୁଠୁ ବଡ କଥା ହେଉଛି କି, ମାତ୍ର ୬ ମାସ ପାଇଁ ମଙ୍ଗଳ ଗ୍ରହକୁ ପ୍ରେରଣ ହୋଇଥିବା ଏହି ମହାକାଶଯାନ, ୮ ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟ କରିଛି, ଯାହା ବୈଜ୍ଞାନିକମାନଙ୍କୁ ଚକିତ କରିଛି ।
ମାର୍ସକୁ ପରିଚାଳନା କରୁଥିବା ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ସେଣ୍ଟର ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶର ପ୍ରଥମ ମଙ୍ଗଳଯାନ ଏକ ଲମ୍ବା ଇନିଂସ ଶେଷ କରିଛି । ଇନ୍ଧନ ସହ ବ୍ୟାଟେରୀ ସରିଯିବାରୁ ଦୀର୍ଘ ୮ ବର୍ଷ ଧରି ମଙ୍ଗଳ ଗ୍ରହର ସମସ୍ତ ଟିକନିକ୍ ଖବର ପ୍ରେରଣରେ ସହାୟକ ହେଉଥିବା ମାର୍ସର କାର୍ୟ୍ୟ ଶେଷ ହୋଇଛି । ଅନ୍ତିମ ପର୍ୟ୍ୟାୟରେ ମାର୍ସକୁ ଇନ୍ଧନ ଯୋଗାଇବା ପାଇଁ ଶତ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇପାରିନଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।ଚାରି ଶହ କୋଟି ମୂଲ୍ୟର 'ମାର୍ସ ଅର୍ବିଟର୍ ମିଶନ୍' ନଭେମ୍ବର ୫, ୨୦୧୩ ରେ PSLV-C25 ରୁ ଉତକ୍ଷେପଣ କରାଯାଇଥିଲା ଏବଂ ବୈଜ୍ଞାନିକମାନେ ସଫଳତାର ସହିତ ଏହି ମହାକାଶଯାନକୁ ୨୪ ସେପ୍ଟେମ୍ବର ୨୦୧୪ରେ ମଙ୍ଗଳ ଗ୍ରହର କକ୍ଷପଥରେ ଅବସ୍ଥାପିତ କରିଥିଲେ ।
Powered by Froala Editor