୩୫୦୦ଫୁଟ ଉଚ୍ଚରେ ଥିଲା ବିମାନ, ବାଜିଲା ଗୁଳି
ମିଆଁମାରରେ ଚଳନ୍ତା ବିମାନରେ ଗୁଳି ବାଜିଛି । ଯାତ୍ରୀଙ୍କୁ ନେଇ ଯାଉଥିବା ମିଆଁମାର୍ ନାସନାଲ୍ ଏୟାରଲାଇନ୍ସର ଏକ ବିମାନ ମଝି ଆକାଶରେ ବୁଲେଟ୍ ଆଘାତ ପାଇବାରୁ ଏଥିରେ କ୍ଷତି ପହଞ୍ଚିଛି । ବୁଲେଟ୍ଟି ବିମାନର ଫ୍ୟୁଜ୍ଲେଜ୍ରେ ବାଜିଥିବା ଜଣାପଡ଼ିଛି । ଏଥିସହିତ ଜଣେ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ବିମାନ ଅବତରଣ ପରେ ମିଆଁମାରର ଲୋଇକ ସ୍ଥିତ ଡାକ୍ତରଖାନାକୁ ନିଆଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯାତ୍ରୀଙ୍କ ଦେହରେ ଗୁଳି ବାଜିବା ସମୟରେ ବିମାନଟି ୩୫୦୦ଫୁଟ ଉଚ୍ଚରେ ଥିଲା। ଏହି ଘଟଣା ପରେ ଲୋଇକାବରେ ଥିବା ମିଆଁମାର ନ୍ୟାସନାଲ ଏୟାରଲାଇନ୍ସ କାର୍ଯ୍ୟାଳୟ ଘୋଷଣା କରିଛି ଯେ ସହରକୁ ସମସ୍ତ ବିମାନ ଉଡାଣ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବନ୍ଧକ ଲଗାଯାଇଛି।
ସୂଚନା ମୁତବକ, ୬୩ଜଣ ଯାତ୍ରୀଙ୍କୁ ନେଇ ମିଆଁମାର ନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ ପୂର୍ବ ରାଜ୍ୟ କାୟାର ରାଜଧାନୀ ଲୋଇକାବରେ ଅବତରଣ କରିବାର ଥିଲା। ଭାଇରାଲ ହେଉଥିବା ଫଟୋରେ ଜଣେ ଯାତ୍ରୀ ଗୁଳି ବାଜିବା ପରେ ହେଉଥିବା ରକ୍ତସ୍ରାବକୁ ରୋକିବା ପାଇଁ ଟିସୁ ପେପରର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।
ଦ ମିରର ରିପୋର୍ଟରୁ ଜଣାପଡ଼ିଛି ଯେ ମିଆଁମାର୍ର ସେନା ସରକାର ରେବେଲ୍ ଫୋର୍ସ କୟାହ ରାଜ୍ୟରୁ ଏହି ବିମାନ ଉପରକୁ ଫାୟାରିଂ କରିଥିଲା । ହେଲେ ରେବେଲ୍ ଗ୍ରୁପ୍ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ।
Powered by Froala Editor