ସ୍ୱଚ୍ଛତା ସର୍ବେକ୍ଷଣ: ପୁଣି ୧ ନମ୍ବର ଇନ୍ଦୋର ସହର
ସ୍ୱଚ୍ଛତାରେ ପୁଣି ୧ ନମ୍ବର ହୋଇଛି ଇନ୍ଦୋର ସହର । ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୨’ ଅନୁଯାୟୀ ଭାରତର ସ୍ବଚ୍ଛତମ ସହର ଭାବେ ଇନ୍ଦୋର କ୍ରମାଗତ ଷଷ୍ଠ ବର୍ଷ ପାଇଁ ପୁରସ୍କୃତ ହୋଇଛି। ଦିଲ୍ଲୀରେ ଆୟୋଜିତ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୨କୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଏହା ହେଉଛି ବିଶ୍ୱର ସର୍ବ ବୃହତ ସ୍ୱଚ୍ଛତା ସର୍ବେକ୍ଷଣ। ୨୦୧୬ରେ ୭୩ଟି ସହରକୁ ନେଇ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହି ସର୍ବେକ୍ଷଣ ଆରମ୍ଭ ହୋଇଥିଲା। ଏବେ ୨୦୨୨ପର୍ଯ୍ୟନ୍ତ ୪,୩୫୫ ସହର ଏହି ସ୍ୱଚ୍ଛ ସର୍ଭେରେ ଭାଗ ନେଇଛନ୍ତି। ସ୍ବଚ୍ଛତା ତାଲିକାରେ ୧ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରୁ ଇନ୍ଦୋର ନମ୍ବର ୧ରେ ଥିବା ବେଳେ ତଳକୁ ରହିଛି ସୁରଟ।
ଚଳିତବର୍ଷ ୧ ଲକ୍ଷ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ମହାରାଷ୍ଟ୍ରର ପଞ୍ଚଗନି ପ୍ରଥମ ସ୍ଥାନରେ ରହିଥିବା ବେଳେ ଛତିଶଗଡର ପାଟନ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ମହାରାଷ୍ଟ୍ରର କରାଡ ସହର ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ-ମହାରାଷ୍ଟ୍ରକୁ ଅତିକ୍ରମ କରି ୧୦୦ରୁ ଅଧିକ ସହର ଥିବା ରାଜ୍ୟ ଭାବେ ମଧ୍ୟପ୍ରଦେଶ ଦେଶର ସବୁଠାରୁ ସ୍ବଚ୍ଛ ରାଜ୍ୟ ହୋଇପାରିଛି।
Powered by Froala Editor