୧୦ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲା : ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ୧୪୨ ବର୍ଷ ଜେଲ୍

୧୦ ବର୍ଷର ଶିଶୁକୁ ଦୁଇବର୍ଷ ଧରି ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେବା ମାମଲାର ବିଚାର କରି କୋର୍ଟ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ୧୪୨ ବର୍ଷ ଜେଲ୍ ଦଣ୍ଡାଦେଶ ଘୋଷଣା କରିଛନ୍ତି। ଜରିମାନା ନ ଦେଲେ ସମ୍ପୃକ୍ତ ବ୍ୟକ୍ତିକୁ ଆଉ ୩ ବର୍ଷ ଜେଲ ଦଣ୍ଡାଦେଶ ରହିଛି। ଏହି ଦଣ୍ଡାଦେଶ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦୋଷୀଙ୍କୁ ଏତେ ବର୍ଷ ଦଣ୍ଡରେ ଦଣ୍ଡିତ କରାଯିବା କେବଳ କେରଳ ନୁହେଁ ଭାରତରେ ବିରଳ ଘଟଣା।
ଏହି ଘଟଣା କେରଳର ପାଥାନାମଥିଟ୍ଟା ଜିଲ୍ଲାର। ଦୋଷୀଙ୍କ ନାମ ହେଉଛି ଆନନ୍ଦନ ପିଆର ଓରଫ ବାବୁ। କୋର୍ଟଙ୍କ ଆଦେଶ ମୁତାବକ ବାବୁଙ୍କୁ ୬୦ ବର୍ଷର ଜେଲ୍ ଦଣ୍ଡ ଭୋଗିବାକୁ ପଡିବ।
ଅଭିଯୁକ୍ତ ଶିଶୁଟିର ବାପା ଓ ମା’ଙ୍କ ସହ ଗୋଟିଏ ଘରେ ରହୁଥିଲା। ଏହି ମାମଲାରେ ପୁଲିସ ଦେଇଥିବା ଚାର୍ଜସିଟ୍ ଏବଂ ସମସ୍ତ ତଥ୍ୟ, ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି କୋର୍ଟ ବାବୁକୁ ମୋଟ ୧୪୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।ଅଭିଯୁକ୍ତ ବିରୋଧରେ ୨୦୨୧ ମାର୍ଚ୍ଚରେ ତିରୁଭଲ୍ଲା ପୋଲିସ ୨୦୧୯-୨୦ରେ ଦୁଷ୍କର୍ମ ଏବଂ କ୍ରୁର ଉତ୍ପୀଡନ ଅପରାଧରେ ମାମଲା ରୁଜୁ କରିଥିଲା।
Powered by Froala Editor