ଅବିବାହିତ ଗର୍ଭବତୀଙ୍କୁ ମିଳିଲା ନ୍ୟାୟ, କରାଇପାରିବେ ଗର୍ଭପାତ
ନୂଆଦିଲ୍ଲୀ: ଶେଷରେ ଅବିବାହିତ ଗର୍ଭବତୀଙ୍କୁ ମିଳିଲା ନ୍ୟାୟ । ଗର୍ଭପାତ ଆଇନରେ ବିବାହିତ ଓ ଅବିବାହିତ ସମସ୍ତେ ସମାନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଇନ୍ ଅନୁଯାୟୀ ଏବେ ଅବିବାହିତ ମହିଳା ଡାକ୍ତରଖାନାକୁ ଯାଇ ଗର୍ଭପାତ କରାଇପାରିବେ ।
ଅବିବାହିତ ମହିଳା ଗର୍ଭଧାରଣର ୨୪ ସପ୍ତାହ ଭିତରେ ଗର୍ଭପାତ କରାଇପାରିବେ । ସୁପ୍ରିମକୋର୍ଟ ଏହାକୁ ନେଇ ଐତିହାସିକ ରାୟ ଶୁଣାଇଛନ୍ତି । ସୁୁପ୍ରିମକୋର୍ଟ ‘ମେଡିକାଲ୍ ଟର୍ମିନେନ୍ସ ଅଫ ପ୍ରେଗ୍ନେନ୍ସି’ ରୁଲ୍ର ବିସ୍ତାର କରିଛନ୍ତି । କୋର୍ଟ କହିଛନ୍ତି ଯଦି ଅବିବାହିତ ମହିଳାଙ୍କ ଇଚ୍ଛା ବିରୁଦ୍ଧରେ ସେ ଗର୍ଭବତୀ ହୁଅନ୍ତି ତେବେ ଏହାକୁ ଦୁଷ୍କର୍ମ ଜନିତ କାରଣ ବୋଲି କହି ଗର୍ଭପାତ କରାଯାଇପାରିବ ।
ସୁପ୍ରିମକୋର୍ଟରେ ଏହି ମାମଲା ୨୦୨୨ ଜୁଲାଇରେ ପହଂଚିଥିଲା । ଦିଲ୍ଲୀର ୨୩ ମାସର ଅବିବାହିତ ଗର୍ଭବତୀ, ଗର୍ଭପାତ କରାଇବାପାଇଁ ଚାହୁଁଥିବା କହି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟ ଗର୍ଭପାତର ଆଇନ କେବଳ ବିବାହିତ ମହିଳାଙ୍କ ପାଇଁ ଅଛି ବୋଲି କହି ମହିଳା ଜଣଙ୍କୁ ଗର୍ଭପାତର ଅନୁମତି ଦେଇନଥିଲେ । ମହିଳା ଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏବଂ ସୁପ୍ରିମକୋର୍ଟ ଏହି ମହିଳାଙ୍କୁ ନ୍ୟାୟ ଦେଇଛନ୍ତି ।
ବହୁଦିନ ଧରି ମେରିଟାଲ୍ ରେପ୍୍କୁ ନେଇ ଚର୍ଚା ଜୋର ଧରିଥିଲା । ତେବେ ବିବାହିତ ମହିଳାଙ୍କ ବିନା ଅନୁମତିରେ ତାଙ୍କୁ ଗର୍ଭବତୀ କରିବାପରେ ଗର୍ଭପାତର ଅନୁମତି ଦେବା ରାୟକୁ ଅନେକ ସାଧାରଣ ମହିଳା ସ୍ୱଗତ କରିଛନ୍ତିା
Powered by Froala Editor