ଗୁଳି ବିନିମୟ:ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାର ପଟ୍ଟନ୍ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ଆଜି ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।ସେହିପରି, ଶୋପିଆଁ ଜିଲ୍ଲାରେ ମଧ୍ୟ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଆଉ ଗୋଟାଏ ଏନ୍କାଉଣ୍ଟର୍ ଚାଲିଛି। ନିରାପତ୍ତା ବଳରେ ସାମିଲ ହୋଇଛନ୍ତି ସଶସ୍ତ୍ର ସୀମା ସୁରକ୍ଷା ବଳ, ପୁଲିସ କର୍ମଚାରୀ ଓ ସେନା କର୍ମଚାରୀ। ସେମାନେ କେତେକ ଆତଙ୍କବାଦୀଙ୍କୁ ଘେରି ରହି ତଲାସ ଅଭିଯାନ ଚଳାଇଥିବା ବେଳେ ଆଉ କେତେକ ଆତଙ୍କବାଦୀ କୌଣସିମତେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।ସେ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ପୁଲିସ ଓ ନିରାପତ୍ତା ବଳ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଚଳାଇଥିବା ବେଳେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।
Powered by Froala Editor