ଜେଡ୍ ପ୍ଲସ୍ ସୁରକ୍ଷା ପାଇବେ ମୁକେଶ ଅମ୍ବାନୀ
ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅମ୍ବାନୀଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଥିବା ଗୁରୁବାର ସୂଚନା ମିଳିଛି। ଆମ୍ବାନୀଙ୍କ ଜୀବନ ପ୍ରତି ବିପଦ ଥିବା ଗୋଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଥିବା ମୁକେଶ ଆମ୍ବାନୀଙ୍କୁ ପୂର୍ବରୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଗତ ବର୍ଷ ମୁକେଶ ଆମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ବୋମା ଆତଙ୍କ ପରେ ତାଙ୍କୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏବେ ତାଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ଜେଡ୍ ପ୍ଲସ କାଟାଗୋରୀ କରାଯାଇଛି ।
ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥାରେ ଜଣେ ବ୍ୟକ୍ତିଙ୍କ ନିରାପତ୍ତା ପାଇଁ ୫୫ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି। ସେଥିରେ ୧୦ରୁ ଊର୍ଦ୍ଧ୍ୱ ଏନ୍ଏସ୍ଜି କମାଣ୍ଡୋ ଓ ପୋଲିସ ଅଫିସର ରହିଥାନ୍ତି।
Powered by Froala Editor