ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ
ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଗକୁ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଟିତ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଛି। କରୋନା ମହାମାରୀ ସଙ୍କଟ ସମୟରୁ ଜାରି ରହିଥିବା ଏହି ଯୋଜନା ସେପ୍ଟେମ୍ବରରେ ଶେଷ ହେଉଥିଲା।
ସେହିପରି ଭାରତୀୟ ରେଲୱେର ରୂପାନ୍ତିକରଣ ପାଇଁ ୧୦,୦୦୦ କୋଟି ଏସଓପି ବୃଦ୍ଧି କରାଯାଇଛି। ଆଜି ଏ ସମ୍ପର୍କରେ କେନ୍ଦ୍ରୀୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ପିଏମ ଗରିବ କଏ୍ୟାଣ ଅନ୍ନ ଯୋଜନାରେ ହିତ୍ତାଧିକାରୀଙ୍କୁ ଏହି ସୟାୟତା ଯୋଗାଇ ଦିଆଯାଉଛି। ଏବେ ଏହି ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସରକାର ମାଗଣା ରାସନ ଯୋଗାଇ ଦେବେ ।
୨୦୨୦ ମସିହାରେ କେନ୍ଦ୍ର ସରକାର କୋଭିଡ ସମୟରେ ଏହି ଯୋଜନାର ଆରମ୍ଭ କରିଥିଲେ । ଏହାପରେ ମାର୍ଚ୍ଚ ୨୦୨୨ ରେ ଏହି ଯୋଜନାର ଅବଧି ପୁଣି ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ପୁଣିଥରେ ସରକାର ଏହି ମାଗଣା ରାସନ ବଣ୍ଟନକୁ ୩ ମାସ ବୃଦ୍ଧି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହାର ଘୋଷଣା ପରେ ଏବେ ସିଧାସଳଖ ଦେଶର ୮୦ କୋଟି ରାସନକାର୍ଡଧାରୀ ଏହାର ଲାଭ ପାଇବେ ।
Powered by Froala Editor