ଲଣ୍ଡନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲଣ୍ଡନ : ବ୍ରିଟେନ୍ରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୁଇନ୍ ଏଲିଜାବେଥ୍ ଦ୍ବିତୀୟଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି । ରବିବାର ଭୋର୍ ୫ଟା ବେଳେ ଲଣ୍ଡନରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ମୁର୍ମୁ ରାଣୀଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ଅର୍ଥାତ ସୋମବାର ଲଣ୍ଡନର ଓ୍ବେଷ୍ଟମିନଷ୍ଟେର ସ୍ଥିତ ଆବେରେ କୁଇନ୍ ଏଲିଜାବେଥ୍ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
Powered by Froala Editor