ଛୋଟ ମାନସିକତାକୁ ବିରୋଧ : ଭଙ୍ଗା ବେଞ୍ଚରେ କୋଳରେ ବସି ଫଟୋ ଛାଡିଲେ ପୁଅଝିଅ

ବସ୍ଷ୍ଟାଣ୍ଡରେ ଥିବା ବେଞ୍ଚରେ ପୁଅଝିଅ ପାଖାପାଖି ବସୁଥିଲେ । ଯାହାକି ସ୍ଥାନୀୟ ଲୋକଙ୍କୁ ଭଲ ଲାଗୁନଥିଲା । ତେଣୁ ବେଞ୍ଚକୁ ଖଣ୍ଡ ଖଣ୍ଡ କାଟି ଦେଇଥିଲେ । ଏଥିପାଇଁ ପୁଅ ଝିଅ ମଧ୍ୟ ଅଭିନବ ପ୍ରତିବାଦ କରିଛନ୍ତି । ସେହି ଖଣ୍ଡ ଖଣ୍ଡ ବେଞ୍ଚରେ ପୁଅଝିଅ କୋଳରେ ବସି ସୋସିଆଲ ମିଡିଆରେ ଛାଡିଛନ୍ତି । ଲୋକଙ୍କ ଛୋଟ ମାନସିକତାକୁ ପ୍ରତିବାଦ କରି ସେମାନେ ଏଭଳି କରିଥିବା କହିଛନ୍ତି । ଏ ଘଟଣା କେରଳ ଥିରୁବନନ୍ତପୁରମ୍ର ।
ପ୍ରତିବାଦ କରିବା ପରେ କେରଳର ‘ଗଭର୍ଣ୍ଣମେଣ୍ଟ୍ କଲେଜ୍ ଅଫ୍ ଇଞ୍ଜିନିୟରିଙ୍ଗ୍-ତ୍ରିଭାନ୍ଦ୍ରମ୍’ (ସିଇଟି) ନିକଟବର୍ତ୍ତୀ ଶ୍ରୀକାର୍ଯ୍ୟମ୍ରେ ଥିବା ବସ୍ଷ୍ଟାଣ୍ଡ୍ଟିକୁ ପୌର କର୍ତ୍ତୃପକ୍ଷମାନେ ଶୁକ୍ରବାର ଦିନ ଉଠାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଗୋଟିଏ ସିଟ୍ରେ ପୁଅ ଓ ଝିଅମାନେ ବସୁଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଯାତ୍ରୀମାନଙ୍କ ପ୍ରତୀକ୍ଷା ନିମନ୍ତେ ଥିବା ଉକ୍ତ ବେଞ୍ଚ୍ଟିକୁ କାଟି ୩ ଖଣ୍ଡ କରି ପକାଇଥିଲେ। ଏ ଘଟଣାର ପ୍ରତିବାଦ କରିବାକୁ ଯାଇ କିଛି ଛାତ୍ରଛାତ୍ରୀ ୩ ଗଡ଼ ହୋଇଥିବା ଉକ୍ତ ବେଞ୍ଚ୍ରେ ଜଣେ ଆଉ ଜଣଙ୍କ କୋଳରେ ବସି ଫଟୋ ଉଠାଇଥିଲେ। ଏହି ଦୃଶ୍ୟକୁ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ୍ କରିବା ପରେ ତାହା ଭାଇରାଲ୍ ହୋଇଥିଲା।
ଭାଇରାଲ୍ ଫଟୋ ଦେଖିବା ପରେ ଥିରୁବନନ୍ତପୁରମ୍ ସହରର ମେୟର୍ ଆର୍ଯ୍ୟା ଏସ୍. ରାଜେନ୍ଦ୍ରନ୍ ଜୁଲାଇ ମାସରେ ଉକ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ପରେ ସୋସିଆଲ ମିଡିଆରେ ପୋଷ୍ଟ୍ କରି ସେ ଲେଖିଥିଲେ ଯେ, ଏହି ବେଞ୍ଚଟିକୁ ଯେଉଁ ଭଳି ଭାବେ କଟାଯାଇଛି ତାହା ଏକ ଅସୁସ୍ଥ ଏବଂ ରକ୍ଷଣଶୀଳ ମାନସିକତାକୁ ଦର୍ଶାଉଛି।
ପ୍ରଗତିଶୀଳ ସମାଜ ନିମନ୍ତେ ଏହା ଅତ୍ୟନ୍ତ ଅସୁନ୍ଦର । ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ଝିଅ ଓ ପୁଅ ଏକାଠି ବସିବା ଉପରେ ନିଷେଧାଜ୍ଞା ଜାରି ହୋଇନାହିଁ। ତେଣୁ, ଯେଉଁମାନେ ଏଭଳି କରୁଛନ୍ତି ସେମାନେ ଏବେ ମଧ୍ୟ ଆଦିମ ଯୁଗରେ ବସବାସ କରୁଥିବା ପରି ମନେହେଉଛି। ସେହି ସ୍ଥାନରେ ମହିଳା ଓ ପୁରୁଷଙ୍କୁ ସୁବିଧା ହେବା ଭଳି ବସ୍ଷ୍ଟାଣ୍ଡ୍ ନିର୍ମାଣ କରିବା ଲାଗି ଥିରୁବନନ୍ତପୁରମ୍ ସହରର ମେୟର୍ ଆର୍ଯ୍ୟା ଏସ୍. ରାଜେନ୍ଦ୍ରନ୍ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରତିବାଦ କରିବା ପରେ କେରଳର ‘ଗଭର୍ଣ୍ଣମେଣ୍ଟ୍ କଲେଜ୍ ଅଫ୍ ଇଞ୍ଜିନିୟରିଙ୍ଗ୍-ତ୍ରିଭାନ୍ଦ୍ରମ୍

Powered by Froala Editor