ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ
ବାଲେଶ୍ଵର: ଆଉ ନାହାନ୍ତି ପୂର୍ବତନ ବିଧାୟକ ଗୋପନାରାୟଣ ଦାସ । ୭୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ପରିବାର ଲୋକେ କଟକ ବଡ଼ ମେଡିକାଲ ନେଉଥିଲେ । କିନ୍ତୁ ଅଧା ବାଟରେ ତାଙ୍କର ବିୟୋଗ ହୋଇଛି । ଗୋପନାରାୟଣଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।
ତାଙ୍କ ମରଶରୀର ବାଲେଶ୍ଵର ଗୋପାଳ ଗାଁ ସ୍ଥିତ ବାସଭବନରେ ପହଁଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ସ୍ୱର୍ଗତ ଗୋପନାରାୟଣ ଦାସ ୧୯୮୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
Powered by Froala Editor