ଆଜି ରାଜ୍ୟରେ ୨୮୬କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୮୬ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୧୬୭ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୧୯ରହିଛି । ଚିହ୍ନଟଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ବର୍ଗର ୩୬ଆକ୍ରାନ୍ତ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଜି ଚିିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୫, ବରଗଡରୁ ୫, ଭଦ୍ରକରୁ ୧, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧, କଟକରୁ ୬୬, ଦେବଗଡରୁ ୨, ଗଞ୍ଜାମରୁ ୫, ଜଗତସିଂହପୁରରୁ ୪, ଯାଜପୁରରୁ ୨, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୫୧, କୋରାପୁଟରୁ ୫, ମୟୁରଭଂଜରୁ ୫, ନୟାଗଡରୁ ୫, ନବରଙ୍ଗପୁରରୁ ୯, ନୂଆପଡାରୁ ୪, ପୁରୀରୁ ୩, ରାୟଗଡାରୁ ୨, ସମ୍ବଲପୁରରୁ ୧୮, ସୋନପୁରରୁ ୮, ସୁନ୍ଦରଗଡରୁ ୩୯ ଓ ରାଜ୍ୟପୁଲରୁ ୧୧ଜଣ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୩୧ହଜାର ୧୩୯ଜଣକୁ ବୃଦ୍ଧି ପାଇଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨୭୫ଜଣ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୩ଲକ୍ଷ ୨୦ହଜାର ୨୧୬ ଓ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୧ହଜାର ୬୮୫ ।
Powered by Froala Editor