ମୋବାଇଲ ବ୍ୟାଟେରୀ ଫାଟିଲା, ଜଳିଗଲା ୮ ମାସର ଶିଶୁକନ୍ୟା
ଚାର୍ଜରେ ବସିଥିବା ମୋବାଇଲ ବ୍ୟାଟେରୀ ଫାଟି ୮ ମାସ ଶିଶୁର ମୃତ୍ୟୁ ହୋଇଯାଇଛି । ଫରିଦପୁରର ପଚୌମୀ ଗାଁରେ ଚାର୍ଜିଂରେ ଲାଗିଥିବା ମୋବାଇଲର ବ୍ୟାଟେରୀ ଫାଟିବା ଦ୍ୱାରା ଲାଗିଥିବା ନିଆଁରେ ୮ ମାସର ଶିଶୁ ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଜିଲ୍ଲା ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ଚିକିତ୍ସା ସମୟରେ ଶିଶୁର ମୃତ୍ୟୁ ହୋଇଯାଇଛି ।
ଫରିଦପୁରର ପଚୌମୀ ଗାଁରେ ରହିଥିବା ସୁନୀଲ କୁମାରଙ୍କ ଘରେ ସୋଲାର ପ୍ଲେଟ ଲାଗିଛି । ଏହି ସୋଲାର ପ୍ଲେଟ ଦ୍ୱାରା ମୋବାଇଲ ଚାର୍ଜିଂ ଏବଂ ଘରର ଲାଇଟ୍ ଜଳେ । ସୋଲାରରେ ଚାର୍ଜିଂ ସମୟରେ ସେ ମୋବାଇଲ ଖଟ ଉପରେ ରଖିଦେଇଥିଲେ । ସେହି ଖଟ ଉପରେ ତାଙ୍କର ଆଠ ମାସର ଶିଶୁ ରୋଲି ଶୋଇଥିଲା । ଅଚାନକ ମୋବାଇଲର ବ୍ୟାଟେରୀ ବ୍ଲାଷ୍ଟ ହୋଇଯାଇଥିଲା । ପରିବାର ଲୋକେ ନିଆଁ ଲିଭାଇଲା ବେଳକୁ ଶିଶୁ ଟି ୩୦ ପ୍ରତିଶତ ଜଳିଯାଇଥିଲା । ପରିବାର ଲୋକେ ପାଖ ଡାକ୍ତରଖାନା ନେଇଯାଇଥିଲେ କିନ୍ତୁ ବଞ୍ଚାଇ ପାରିଲେନାହିଁ ।
Powered by Froala Editor