ସଟ୍ସର୍କିଟ୍ରେ ଜଳିଗଲା ଘର
ବିଦ୍ୟୁତ ସଟସର୍କିଟ୍ ରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜଳସୁଆଁ ଗ୍ରାମ କୁମ୍ଭାର ସାହିର ମାଳତୀ ସା ଏବଂ ପୁଟ ସା ଙ୍କର ଦୁଇ ବଖରା ଘର ନିଆଁ ଲାଗି ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ପରିବାର ଲୋକେ ନିଜର ବୁଦ୍ଧି କୌଶଳରେ ଗାଇ ଗୁହାଳକୁ ଯାଇ ୬ଟି ଗୋରୁ ଗାଈଙ୍କ ବେକରୁ ପଘାକୁ ଫିଟେଇ ଦେଇଥିଲେ । ଯାହା ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଗୋରୁ ଗାଈ । ଦୁଇବଖରା ଘରଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବାରୁ ବହୁ ଦାମୀ ଆସବାପତ୍ର ନଷ୍ଟ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।
ଏ ଘଟଣା ବିଷୟରେ ସ୍ଥାନୀୟ ଜଳସୁଆଁ ସରପଞ୍ଚ ଶ୍ରୀମତୀ ପ୍ରଶାନ୍ତି ମାଝୀ ଘଟଣା ସ୍ଥଳକୁ ଆସି କିପରି ଭାବେ ପରିବାର ଲୋକେ ସୁବିଧା ସୁଯୋଗ ପାଇ ପରିବେ ସ୍ଥାନୀୟ ଆରଆଇ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆରଆଇ ପହଞ୍ଚି ସମସ୍ତ ପ୍ରକାର ସୁବିଧା କରିଦେବାନେଇ ପ୍ରକାଶ କରିଥିଲେ ।
Powered by Froala Editor