ପତ୍ନୀ ଶାଲିନୀ ତଲୱାରଙ୍କୁ ଛାଡପତ୍ର ଦେଲେ ହନି ସିଂହ
ଗାୟକ ୟୋ ୟୋ ହନି ସିଂହ ପତ୍ନୀ ଶାଲିନୀ ତଲୱାରଙ୍କୁ ଛାଡପତ୍ର ଦେଇଛନ୍ତି । ୨୦୨୧ରେ ଶାଳିନୀ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ହନି ସିଂହ ଶାଳିନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ। ଆଜି ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିବା ସୂଚନା ମିଳିଛି। ଏଥିପାଇଁ ଶୁକ୍ରବାର ହନି ଓ ଶାଳିନୀ ଆଜି ଦିଲ୍ଲୀର ସାକେତ୍ କୋର୍ଟରେ ପହଞ୍ଚିଥିଲେ। ମଧ୍ୟସ୍ଥତାରେ ଛାଡ଼ପତ୍ର ପରେ ଭରଣପୋଷଣ ବାବଦକୁ ଖର୍ଚ୍ଚ କଥା ଉଠିଥିଲା। ଏହି ଛାଡ଼ପତ୍ର ପାଇଁ ହନି ସିଂହ ୧ କୋଟି ଟଙ୍କା ଭରଣପୋଷଣ ରାଶି ଦେଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ହିଂସା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହନି ସିଂହ । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୋ ଛବି ଖରାପ କରିବାକୁ ଏଭଳି ଅଭିଯୋଗ କରାଯାଇଛ ବୋଲି ହନିଂ ସିଂହ କହିଥିଲେ। ଶେଷରେ ଦୁହିଁଙ୍କ ଛାଡପତ୍ର ହୋଇଛି ।
Powered by Froala Editor