ଇଞ୍ଜିନରେ ତ୍ରୁଟି : ପୁଣି ବାତିଲ ହେଲା ଚନ୍ଦ୍ର ମିଶନ

ଦ୍ୱିତୀୟଥର ପାଇଁ ନାସାର ଚନ୍ଦ୍ର ମିଶନ ବିଫଳ ହୋଇଛି। ରକେଟ ଇଞ୍ଜିନରେ କେତେକ ତ୍ରୁଟି ଯୋଗୁ ଶେଷ ମୁହୁର୍ତ୍ତରେ ମିଶନକୁ ବନ୍ଦ କରି ଦିଆଯାଇଛି। ଇଞ୍ଜିନରୁ ଇନ୍ଧନ ଲିକ୍ ହେଉଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫ ଦିନ ମଧ୍ୟରେ ୨ୟ ଥର ପାଇଁ ନାସା ପକ୍ଷରୁ ମହାକାଶକୁ ପ୍ରେରଣ କରାଯିବାକୁ ଥିବା ସ୍ପେଶ ଲଞ୍ଚିଂ ସିଷ୍ଟମ (ଏସଏଲଏସ) ରକେଟ୍ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଛି । ଇଂଜିନରେ ତ୍ରୁଟି ପାଇଁ ଗତ ଅଗଷ୍ଟ ୨୯ରେ ଏହି ରକେଟର ଉତକ୍ଷେପଣକୁ ପ୍ରଥମ ଥର ପାଇଁ ସ୍ଥଗିତ ରଖାଯାଇଥିଲା । ଏବେ ଇନ୍ଧନରେ ପରିବର୍ତ୍ତନ କରାଯାଇ ପରେ ପୁଣି ଆର୍ଟିମିସ୍-୧ ଲୁନାର ମିଶନ ପାଇଁ ନୂଆ ତାରିଖ ଏବଂ ସମୟ ଘୋଷଣା କରାଯିବ।
ଆର୍ଟେମିସ-୧ ନାମକ ଏହି ଅଭିଯାନ ମଧ୍ୟମରେ ସ୍ପେଶ ଲଞ୍ଚିଂ ସିଷ୍ଟମ (ଏସଏଲଏସ) ରକେଟ୍ ଓରିଅନ ନାମକ କାପସୁଲ ( ମହାକାଶ ଯାନ)କୁ ଚନ୍ଦ୍ରର କକ୍ଷପଥରେ ସ୍ଥାପିତ କରି ଫେରିଆସିବ । ଓରିଅନ ମହାକାଶ ଯାନ ଚନ୍ଦ୍ର ଚାରିପଟେ ୬ ସପ୍ତାହ ବୁଲିବା ପରେ ଶେଷରେ ପୃଥିବୀକୁ ଫେରିଆସିବ ଓ ପ୍ରଶାନ୍ତ ମହାସାଗରରେ ଓହ୍ଲାଇବ । ଏହି ଅଭିଯାନର ୨ୟ ପର୍ଯ୍ୟାୟରେ ଆସନ୍ତା ୨୦୨୫ ସୁଦ୍ଧା ଚନ୍ଦ୍ରରେ ମାନବ ଅବତରଣ ପାଇଁ ଆମେରିକା ଲକ୍ଷ୍ୟ ରଖିଛି ।
ଏହି ମିଶନ ସଫଳ ହେଲେ ୫୦ ବର୍ଷ ତଳେ ଆପୋଲୋ ପରୀକ୍ଷଣ ପରେ ଏହା ଚନ୍ଦ୍ର ପଠାଯାଉଥିବା ପ୍ରଥମ କ୍ୟାପସୁଲ୍ ହେବ। ମିଶନ ସଫଳ ହେଲେ ୨୦୨୪ରେ ଯାତ୍ରୀମାନେ କ୍ରୁ କ୍ୟାପସୁଲରେ ବସି ଚନ୍ଦ୍ର ଚାରିପଟେ ଉଡ଼ିପାରିବେ। ୨୦୨୫ରେ ଚନ୍ଦ୍ର ଉପରେ ଓହ୍ଲାହି ପାରିବେ। ଆସନ୍ତା ସୋମବାର କିମ୍ବା ମଙ୍ଗଳବାରଦିନ ଏହି ରକେଟ ଉତକ୍ଷେପଣ ପାଇଁ ନାସା ପୁଣି ଉଦ୍ୟମ କରିପାରେ ।
Powered by Froala Editor