୫ରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ କଂଗ୍ରେସ
ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଘେରାଉ କରିବ କଂଗ୍ରେସ । ବ୍ୟାପକ ପ୍ରଦର୍ଶନ କରିବା ସହିତ କଂଗ୍ରେସ ସଂସଦ ଠାରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ ବୋଲି ଘୋଷଣା କରିଛି । ଏଥିରେ ଦଳର କର୍ମୀ ଓ ବହୁ ବରିଷ୍ଠ ନେତା ସାମିଲ ହେବେ ବୋଲି କୁହାଯାଉଛି ।
ଅଗଷ୍ଟ ୫ ତାରିଖରେ ଦିଲ୍ଲୀରେ କଂଗ୍ରେସ ସାଂସଦମାନେ ସଂସଦରୁ "ଚଲୋ ରାଷ୍ଟ୍ରପତି ଭବନ" ଅଭିଯାନ ଆରମ୍ଭ କରିବେ । ସେହିପରି ରାଜ୍ୟଗୁଡ଼ିକରେ ଦଳର ବିଧାୟକ, ପୂର୍ବତନ ସାଂସଦ ଓ ବରିଷ୍ଠ କଂଗ୍ରେସ ନେତାମାନେ ରାଜଭବନ ଘେରାଉ କରିବେ ବୋଲି ସୂଚନା ରହିଛି । ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକାଶଯୋଗ୍ୟ ଯେ, ଜୁଲାଇ ୧୮ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ତେବେ ଦରଦାମ୍ ବୃଦ୍ଧି, ଜିଏସଟି, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ଜାରି ରହିଛି । ଭାରତର ବାର୍ଷିକ ମୁଦ୍ରାସ୍ଫୀତି ଜୁନ୍ ମାସରେ ପୂର୍ବ ବର୍ଷ ୬.୨୬ ପ୍ରତିଶତରୁ ୭.୦୧ ପ୍ରତିଶତକୁ ବୃଦ୍ଧି ହୋଇଥିଲା ।
Powered by Froala Editor