ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାର ୧୯ ବିରୋଧୀ ସାଂସଦ ନିଲମ୍ୱିତ
ସଂସଦର ମୌସୁମୀ ଅଧିବେଶନରେ ମଙ୍ଗଳବାର ପୁଣି ୧୦ ଜଣ ରାଜ୍ୟ ସଭା ଏମ୍ପିଙ୍କୁ ଓ୍ବେଲରେ ପ୍ରବେଶ କରିବା ଏବଂ ସ୍ଲୋଗାନ ଦେବା କାରଣରୁ ନିଲମ୍ବିତ କରାଯାଇଛି। ଗତ ଦୁଇଦିନ ମଧ୍ୟରେ ୧୯ ଜଣ ରାଜ୍ୟ ସଭା ଏମ୍ପିଙ୍କୁ ନିଲମ୍ବିତ କରାଯାଇଛି। ଗୃହର ଉପସଭାପତି ହରିବଂଶ ଏକ ସପ୍ତାହ ଯାଏଁ ୧୯ ସାଂସଦଙ୍କୁ ନିଲମ୍ୱିତ କରିଛନ୍ତି । ନିଲମ୍ୱିତ ସାଂସଦଙ୍କ ମଧ୍ୟରେ ଟିଏମସି, ଟିଆରଏସ, ଡିଏମକେ, ସିପିଆଇର ସଦସ୍ୟ ସାମିଲ ଅଛନ୍ତି । ଏହି ସବୁ ସାଂସଦ ଗୃହର ୱେଲରେ ପ୍ରବେଶ କରି ନାରାବାଜି କରିଥିବା ଅଭିଯୋଗ ରହିଛି।
ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ହଙ୍ଗାମା ଏବଂ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବିରୋଧୀ ଦଳର ୧୯ ସାଂସଦଙ୍କୁ ନିଲମ୍ୱିତ କରାଯାଇଛି । ଗୃହର ଉପସଭାପତି ହରିବଂଶ ଏକ ସପ୍ତାହ ଯାଏଁ ୧୯ ସାଂସଦଙ୍କୁ ନିଲମ୍ୱିତ କରିଛନ୍ତି । ନିଲମ୍ୱିତ ସାଂସଦଙ୍କ ମଧ୍ୟରେ ଟିଏମସି, ଟିଆରଏସ, ଡିଏମକେ, ସିପିଆଇର ସଦସ୍ୟ ସାମିଲ ଅଛନ୍ତି । ଏହି ସବୁ ସାଂସଦ ଗୃହର ୱେଲରେ ପ୍ରବେଶ କରି ନାରାବାଜି କରିଥିବା ଅଭିଯୋଗ ରହିଛି।
ମଙ୍ଗଳବାର ସଂସଦର ଉପର ଗୃହରେ କାର୍ଯ୍ୟ ଆରମ୍ଭ ସହ ବିରୋଧୀ ସାଂସଦ ଦରବୃଦ୍ଧିକୁ ନେଇ ହଙ୍ଗାମା କରିବା ସହ ବିରୋଧ କରିଥିଲେ । ଗୃହରେ ନାରାବାଜି କରିବା ସହ ବିରୋଧୀ ସାଂସଦ ୱେଲ ନିକଟରେ ପହଞ୍ଚିଥିଲେ। ଗୃହର ସଭାପତି ବିରୋଧୀ ସାଂସଦଙ୍କୁ ନିଜ ନିଜ ଆସନରେ ବସିବା ପାଇଁ ବାରମ୍ୱାର ନିବେଦନ କରିଥିଲେ। କିନ୍ତୁ ବିରୋଧୀ ସାଂସଦ ଏହାକୁ ନ ଶୁଣି ହଙ୍ଗାମା ଜାରି ରଖିଥିଲେ, ପରେ କାର୍ଯ୍ୟାନୁଷ୍ଠାନ ନେଇ ଏକ ସପ୍ତାହ ଯାଏଁ ସମସ୍ତଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ୱିତ କରିଛନ୍ତି।
Powered by Froala Editor