ଆସ୍ଥା ଭୋଟରେ ଫେଲ୍ ଓଲି

ନେପାଳ ସଂସଦର ପ୍ରତିନିଧି ସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ପରାଜିତ ହୋଇଛନ୍ତି କେପି ଶର୍ମା ଓଲି । ୨୭୫ ସଦସ୍ୟଭିତ୍ତିକ ପ୍ରତିନିଧି ସଭାରେ ଆସ୍ଥା ଭୋଟ ଜିତିବାକୁ ଅତିକମରେ ୧୩୬ଟି ଭୋଟ ଦରକାର ହେଉଥିବାବେଳେ ସେ ମାତ୍ର ୯୩ଟି ଭୋଟ ପାଇଥିଲେ । ତାଙ୍କ ବିରୋଧରେ ୧୨୪ଟି ଭୋଟ ପଡ଼ିଥିଲା । ଏପରିକି ଓଲିଙ୍କ ଦଳରେ କେତେକ ସଦସ୍ୟ ହ୍ବିପକୁ ଅବଜ୍ଞା କରି ଭୋଟଦାନରୁ ଅନୁପସ୍ଥିତ ରହିଥିଲେ । ଏହା ଫଳରେ ନେପାଳରେ ଗତ ୩୮ ମାସ ଧରି ଚାଲିଥିବା ଓଲି ସରକାରର ପତନ ହୋଇଯ଼ାଇଛି ।
ଅପରାହ୍ନରେ ସଂସଦ ପକ୍ଷରୁ ଡକାଯାଇଥିଲା ଏକ ବୈଠକ । ବହୁମତ ସାବସ୍ତ୍ୟ କରିବାକୁ ଆବଶ୍ୟକୀୟ ୨୭୫ ଭୋଟ ପାଇବାରେ ବିଫଳ ହୋଇଥିଲେ ଓଲି । ସେପଟେ ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି ହ୍ୱିପ ଜାରି କରିବା ସହ ଓଲିଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଥିଲା । କିନ୍ତୁ ପ୍ରଚଣ୍ଡ ନୀତ ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଦଳ ସତ୍ତା ହରାଇବା ସ୍ଥିତିକୁ ଆସିଯାଇଥିଲା । ପରବର୍ତ୍ତୀ ସମୟରେ ଭୋଟରେ ମଧ୍ୟ ତାହା ପ୍ରତିଫଳନ ହୋଇଛି ।
ପରବର୍ତ୍ତୀ ସମୟରେ ପ୍ରଟଣ୍ଡ ନୀତଚ ଦଳ କେପି ଶର୍ମାଙ୍କ ଦଳରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ଏବଂ କେ ପି ଶର୍ମାଙ୍କ ମନମୁଖୀ ଶାସନରେ ଅତିଷ୍ଟ ହୋଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ସମର୍ଥନ ହଟାଇ ନେଇଥିଲେ । ଫଳରେ ଦଳର ସିଟ ସଂଖ୍ୟା ୧୨୧ କୁ ଖସି ଆସିଥିଲା । ବିପକ୍ଷ ଦଳ ଆସ୍ଥା ଭୋଟ ପାଇଁ ସଂସଦରେ ପ୍ରସ୍ତାବ ଦେବା ପରେ ଆଜି ଗୃହରେ ବିଶ୍ୱାସ ଭୋଟ ପଡିଥିଲା । ଏବଂ କେପି ଶର୍ମାଙ୍କ କମ୍ୟୁନିଷ୍ଟ ପାର୍ଟି ବହୁମତ ପାଇଁ ଆବଶ୍ୟକ ହେଉଥିବା ୨୭୫ ଭୋଟ ପାଇବାରେ ବିଫଳ ହୋଇଛନ୍ତି ।
Powered by Froala Editor