ମମତା ବାନାର୍ଜୀଙ୍କ ସହ ଶପଥ ନେଲେ ୪୩ ମନ୍ତ୍ରୀ

ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କ ସହ ମୋଟ ୪୩ ମନ୍ତ୍ରୀ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ସମସ୍ତ ମନ୍ତ୍ରୀ ପଦ ଓ ପୋଗନୀୟତାର ଶପଥପାଠ କରିଛନ୍ତି । ସେମାନଙ୍କୁ ଶପଥପାଠ କରାଇଥିଲେ ରାଜ୍ୟପାଳ ।
୪୩ ଜଣିଆ ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ଓ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛନ୍ତି ମମତା ବାନାର୍ଜୀ । ଏମାନଙ୍କ ଭିତରେ ଅଛନ୍ତି ୨୫ ଜଣ ପୁରୁଣା ଓ ୧୮ ଜଣ ନୂଆ ମନ୍ତ୍ରୀ । ୯ ଜଣ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । କ୍ରିକେଟରରୁ ରାଜନେତା ପାଲଟିଥିବା ମନୋଜ ତିଓ୍ୱାରୀ ମନ୍ତ୍ରୀ ହୋଇଛନ୍ତି ।
ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଅମିତ ମିତ୍ର ଅସୁସ୍ଥତା କାରଣରୁ ନିର୍ବାଚନ ଲଢ଼ିନଥିଲେ । ମମତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୮ ମହିଳା ବିଧାୟିକା । କିଛି ବିଧାୟକ ଭର୍ଚୁଆଲେ ଶପଥ ନେଇଛନ୍ତି ।
Powered by Froala Editor