ଓଲଟିଲା ଯାତ୍ରୀବାହୀ ବସ୍
ପୁରୀ: ଓଲଟିଲା ବସ୍ । ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଟି ସାତଶଙ୍ଖ ଠାରେ ଘଟିଛି । ପୁରୀରୁ ବସଟି ଯାତ୍ରୀ ନେଇ ଆସୁଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ଲଗାତାର ବର୍ଷା ଯୋଗୁଁ ବସ୍ଟି ଭାରସାମ୍ୟ ହରାଇଥିଲା । ଯାହାଫଳରେ ଡ଼ିଭାଇଡ଼ରରେ ପିଟି ହୋଇ ବସ୍ଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ସାତଶଙ୍ଖ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିସôା ଜାରିରହିଛି ।
ସମସ୍ତ ଆହତ ଯାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
Powered by Froala Editor