ସୁସ୍ଥ ରହିବା ପାଇଁ ମହିଳା ମାନେ ପ୍ରତିଦିନ ଖାଆନ୍ତୁ ଅମୃତଭଣ୍ଡା

ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ହୋଇଥାଏ । ସୁସ୍ଥ ରହିବା ପାଇଁ ଡାକ୍ତରମାନେ ନିଜ ଦୈନନ୍ଦିନ ଡାଏଟରେ ଫଳ ଖାଇବାକୁ ପରାମର୍ଶ ଦିଅନ୍ତି । ଫଳ ଭିତରେ ଅମୃତଭଣ୍ଡାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଯାହାକୁ କଞ୍ଚା ଓ ପାଚିଲା ଉଭୟ ଭାବରେ କହିହୁଏ । ପାଚିଲା ଭଣ୍ଡାକୁ ଆପଣ ଫଳ ଭାବରେ ଖାଉଥିବାବେଳେ କଞ୍ଚା ଭଣ୍ଡାକୁ ପରିବା ଭାବରେ ଖାଇପାରିବେ । ଯାହାକୁ ତରକାରୀ, ସାଲାଡ ତଥା ପରଠା ଆଦି ସହ ଖାଇପାରିବେ । ଏମିତିରେ ଅମୃତଭଣ୍ଡାରେ ଅନେକ ପ୍ରକାରର ପୋଷକତତ୍ତ୍ୱ ରହିଛି । ଯେଉଁଥିରେ ଅନେକ ପ୍ରକାରର ଭିଟାମିନ, ଏଞ୍ଜାଇମ ସମେତ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟସ ବି ମହଜୂତ ଥାଏ । ପେଟ ସମ୍ବନ୍ଧୀୟ ସମସ୍ୟା ଥିଲେ ଅମୃତଭଣ୍ଡା ଖାଇବା ଲାଭଦାୟୀ ହୋଇଥାଏ | କଞ୍ଚା ଭଣ୍ଡାରେ ଥିବା ଭିଟାମିନ ଇ, ସି, ବି, ଏ, ମ୍ୟାଗନେସିୟମ, ପୋଟାସିୟମ, ମିନେରାଲ୍ସ ପରି ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ । ବିଶେଷ କରି ମହିଳା ମାନେ କଞ୍ଚା ଭଣ୍ଡା ଖାଇବା ଉଚିତ । ଓଡ଼ିଆ ଘରେ ସାଧାରଣତଃ କଞ୍ଚା ଭଣ୍ଡା ଆମେ ଡ଼ାଲେମା କିମ୍ବା ସନ୍ତଳାରେ ହିଁ ବ୍ୟବହାର କରିଥାଉ । ଅଥବା ଆପଣ ଚାଟ କିମ୍ବା କୋଫତା ଆଦି ବନେଇ ବି ଖାଇପାରିବେ । ତେବେ ଅମୃତଭଣ୍ଡାରୁ ଶରୀରକୁ କଣ କଣ ଲାଭ ମିଳିଥାଏ ଆସନ୍ତୁ ଜାଣିରଖିବା ।
ପିରିୟ୍ଡ଼ସ ଯନ୍ତ୍ରଣାରୁ ମୁକ୍ତି ମିଳେ:
କଞ୍ଚା ଭଣ୍ଡାରେ ଏଞ୍ଜାଇମ, ନ୍ୟୁଟ୍ରିଏଣ୍ଟସ ପ୍ରଚୁର ଥାଏ । ଯାହାକୁ ଖାଇବା ଦ୍ୱାରା ମହିଳାଙ୍କୁ ପିରିୟ୍ଡ଼ସ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । କଞ୍ଚା ଅମୃତଭଣ୍ଡା ଆପଣଙ୍କ ଶରୀରରେ ଅକ୍ସିଟୋସିନ ଓ ପ୍ରୋସ୍ଟାଇଙ୍ଗଡିନ ନାମକ ହର୍ମୋନ ବଢ଼ାଇଥାଏ । ପିରିୟ୍ଡ଼ସ ସମୟରେ ହେଉଥିବା ଦରଜରୁ ମୁକ୍ତି ମିଳିଥାଏ ।
ୟୁରିନ ଇନଫେକ୍ସନରେ ସାହାଯ୍ୟ କରେ:
ମହିଳାଙ୍କ ଠାରେ ୟୁରିନ ଇନଫେକ୍ସନର ସମସ୍ୟା ଥାଏ । ଏହି ସମସ୍ୟାରୁ କିଛିଟା ମୁକ୍ତି ପାଇବା ପାଇଁ ଆପଣ କଞ୍ଚା ଭଣ୍ଡା ଖାଇପାରିବେ । ଏହା ଆପଣଙ୍କ ଶରୀରରେ ଇନଫେକ୍ସନ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ଠାରୁ ମୁକ୍ତି ଦିଏ ।
ମା’ କ୍ଷୀର ପାଇଁ ଲଭଦାୟୀ:
ଯେଉଁ ମହିଳାମାନେ ସ୍ତନ୍ୟପାନ କରୁଥାନ୍ତି । ସେମାନଙ୍କ ପାଇଁ କଞ୍ଚା ଭଣ୍ଡା ଲାଲଭଦାୟୀ ହୋଇଥାଏ । କ୍ଷୀର ଉତ୍ପାଦନରେ ଏହା ସାହାଯ୍ୟ କରେ । ମା’ ଠାରେ କ୍ଷୀର ହେଲେ ଶିଶୁକୁ ମଧ୍ୟ ଆବଶ୍ୟକତା ଅନୁସାରେ କ୍ଷୀର ମିଳିପାରେ ।
ଆଖି ସୁସ୍ଥ ରଖେ:
ବୟସ ବଢିବା ସହିତ ଆଖିର ଜ୍ୟୋତି କମିବାକୁ ଲାଗିଥାଏ । ଏମିତିରେ ଆପଣ କଞ୍ଚା ଭଣ୍ଡାକୁ ନିଜ ଡାଏଟରେ ସାମିଲ କରିପାରିବେ । ଏଥିରେ ଥିବା ଭିଟାମିନ ଏ ଆଖିର ଜ୍ୟୋତି ବଢ଼ାଇଥାଏ ।
କୋଲେଷ୍ଟେରଲକୁ ନିୟନ୍ତ୍ରଣରେ ରଖେ:
ଭଣ୍ଡାରେ ପ୍ରଚୁର ଫାଇବର ଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ-ସି ଆଣ୍ଟିଆକ୍ସିଡେଣ୍ଟ ବି ଭରପୁର ପରିମାଣରେ ମିଳିଥାଏ । ଯାହାକି ଆପଣଙ୍କ ଶରୀରର କୋଲେଷ୍ଟେରଲକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ହୃଦରୋଗ ସମ୍ବନ୍ଧୀୟ ଆଶଙ୍କା ବି ଦୂର ହୋଇପାରିବ ।
ଇମ୍ୟୁନିଟି ବଢାଏ ଓ ଓଜନ କମ କରେ:
ଏଥିରେ ଥିବା ବିଭିନ୍ନ ପ୍ରକାର ଭିଟାମିନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଏଥିରେ ଥିବା ଫାଇବର ତଥା ଏଞ୍ଜାଇମ ଓଜନ ନିୟନ୍ତ୍ରଣରେ ରଖିବାରେ ସହାୟକ ହୁଏ ।
Powered by Froala Editor