ଖରାଦିନେ ତ୍ୱଚା ପାଇଁ ଏହା ଭଲ

ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର କିରଣ ହେତୁ ତ୍ୱଚା ମଳିନ ଦେଖାଯିବା ଗୋଟେ ସାଧାରଣ ସମସ୍ୟା । ତ୍ୱଚାର ଏହି ସମସ୍ୟାକୁ କିପରି ଘରୋଇ ଉପାୟରେ ଦୂର କରିପାରିବେ ତାହା ଜାଣିରଖନ୍ତୁ । ଆସନ୍ତୁ, ଏହି ବିଷୟରେ ଜାଣିବା ।
- ଦହିରେ ଲ୍ୟାକଟିକ୍ ଅମ୍ଳ ଥାଏ,ତାହା ତ୍ୱାଚା ପାଇଁ ଭଲ । ସେଥିପାଇଁ ଦହି ୨ ଚାମଚ ନେଇ ସେଥିରେ ବିଲାତି ରସ ୨ ଚାମଚ ଭଲଭାବେ ମିଶାଇଦେବେ । ଏହି ପେଷ୍ଟକୁ ମୁହଁ, ହାତ, ବେକ ଏବଂ ପାଦରେ ଲଗାଇ ୧୫ ମିନଟ୍ ପରେ ଥଣ୍ଡା ପାଣିରେ ଧୋଇଦେବେ । ଏହି ପେଷ୍ଟକୁ ପ୍ରତିଦିନ ଲଗାଇବା ଦ୍ୱାରା ମୁଁହରେ ଚମକ ଆସିବା ସହ ଦାଗ ବ୍ରଣପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
- ଖରାଦିନେ ପ୍ରବଳ ଝାଳ ବହୁଥିବାରୁ ତାହା ଅସ୍ତ୍ୟବ୍ୟସ୍ତ କରିବା ସହ ତ୍ୱଚାକୁ ମଳିନ କରିଦେଇଥାଏ । ତେଣୁ ମୁହଁରେ କାକୁଡି ସହ ଚିମୁଟାଏ ହଳଦୀ ମିଶାଇ ଲଗାଇଦିଅନ୍ତୁ । ତାହା ଶୁଖିଯିବା ପରେ ଧୋଇଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।
- ଏତଦବ୍ୟତୀତ ବେସନରେ ମଧ୍ୟ ଆପଣ ଫେସପ୍ୟାକ ପ୍ରସ୍ତୁତ କରିପାରିବେ । ବେସନ ଅଧ ଚାମଚ, ହଳଦୀ ଚିମୁଟାଏ ଏବଂ କଂଚା କ୍ଷୀର ମିଶାଇ ପ୍ୟାକ୍ ତିଆରି କରନ୍ତୁ । ତାହା ସହ କିଛି ଲେମ୍ବୁରସ ମିଶାଇ ତ୍ୱଚାରେ ଲଗାନ୍ତୁ । ୨୦ ମିନିଟ୍ ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ରିଫ୍ରେସ ଲାଗିବ ।
- ଗାଜର ରସ ମଧ୍ୟ ତ୍ୱଚା ପାଇଁ ବେଶ ଉପାଦେୟ । ବେସନରେ ଗାଜର ରସ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ, ଏହାକୁ ଗାଧୋଇବା ପୂର୍ବରୁ ମୁହଁରେ ଲଗାଇବା ଭଲ । ଏହି ପ୍ୟାକ୍ ଲଗାଇବା ଦ୍ୱାରା ତ୍ୱଚାକୁ ସୂର୍ଯ୍ୟ କିରଣ ପ୍ରଭାବରୁ ରକ୍ଷା ମିଳିପାରିଥାଏ ।
Powered by Froala Editor