ଡିଜିସିଏ ପକ୍ଷରୁ କଡ଼ା ଚେତାବନୀ : ମାସ୍କ ପିନ୍ଧିନଥିଲେ ବିମାନରେ ଚଢ଼ିପାରିବନି
ଏଣିକି ବିମାନବନ୍ଦର ଓ ବିମାନ ଭିତରେ ମାସ୍କ ନପିନ୍ଧିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ମହାମାରୀ କରୋନା ତାର ପ୍ରକୋପ ପୁଣି ଥରେ ଜାହିର କରୁଥିବାରୁ ଯାତ୍ରୀଙ୍କୁ ସାବଧାନ ରହିବାକୁ ସତର୍କ କରାଯାଇଛି। ଯେଉଁ ଯାତ୍ରୀ ମାସ୍କ ପିନ୍ଧିବାକୁ ଅମଙ୍ଗ ହେବା ତାଙ୍କୁ ଯାତ୍ରା ପାଇଁ ବାରଣ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ଦିଲ୍ଲୀ ହାଇକୋର୍ଟଙ୍କ ଜୁନ ୩ ଆଦେଶ ପରେ ଡିଜିସିଏ ଏହି ସର୍କୁଲାର ଜାରି କରିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଗତ ଶୁକ୍ରବାର ବିମାନ ବନ୍ଦର ଓ ବିମାନରେ ମାସ୍କ ଲଗାଇବା ଓ ହାତ ଧୋଇବା ସମ୍ପର୍କିତ ନିୟମ ନେଇ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କହିଥିଲେ। କୋର୍ଟ କହିଥିଲେ ଯେ ଦେଶରେ ଏବେବି କୋଭିଡ-୧୯ ମହାମାରୀ ସମାପ୍ତ ହୋଇ ନାହିଁ ଓ ରହି ରହି ମୁଣ୍ଡ ଉଠାଉଛି। ଏଣୁ ଏଥିପ୍ରତି ସମସ୍ତଙ୍କୁ ସତର୍କ ହେବା ଜରୁରି।
ଏ ସମ୍ପର୍କରେ ଆଜି ଡିଜିସିଏ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ସେଥିରେ ଏୟାରଲାନ୍ ଉଦ୍ଦେଶ୍ୟରେ କୁହାଯାଛି ଯେ, ଯେଉଁ ଯାତ୍ରୀମରନେ ବାରମ୍ବାର କହିବା ସତ୍ତ୍ୱେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ଅମାନିଆ ହେଉଛନ୍ତି ସେମାନଙ୍କୁ ବିମାନ ଯାତ୍ରାରେ ବାରଣ କରାଯାଉ । ସେହିପାର ମାସ୍କ ସମ୍ପର୍କରେ ସଚେତନତା ପାଇଁ ଏୟାରପୋର୍ଟ ଅପରେରେଟମାନଙ୍କୁ ବାରମ୍ବାର ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲା ବିନା ମାସ୍କରେ ଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ ପାଇଁ କୁହଯାଇଛି।
Powered by Froala Editor