ଆର୍ଥିକ ସମସ୍ୟା ପାଇଁ ପିଲାଙ୍କୁ ଧରି ହ୍ରଦରେ ଡେଇଁ ପଡିଲେ ବାପା, ମା’
ହାଇଦ୍ରାବାଦ ଉପକଣ୍ଠର ନାଦରଗୁଲ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ପରିଚୟ କ୍ୟୁଦ୍ଦୁସ ପାସା (୩୭), ଫାତିମା (୨୮), ମେହର (୯) ଓ ଫିର୍ଦ୍ଦୋସ ବେଗମ (୬)ବୋଲି ପୋଲିସ କହିଛି। ଆତ୍ମହତ୍ୟା କରିବା ପୂର୍ବରୁ ମୃତକମାନେ ବିଷ ପିଇଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖି କୁଦ୍ଦୁସ ପାସା ଓ ମେହେରଙ୍କୁ ପାଣିରୁ ଟାଣି ଆଣିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ଅନ୍ୟ ଦୁଇ ପିଲାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲା କିନ୍ତୁ ସଫଳ ହୋଇନଥିଲା। ୪ ଜଣଙ୍କ ମୃତଦେହକୁ ଓସମାନଆ ଜେନେରାଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
କୁଦ୍ଦୁସ ଅନ୍ୟମାନଙ୍କ ଠାରୁ ଟଙ୍କା କରଜ ଆଣି ସେମାନଙ୍କୁ ଫେରାଇବାକୁ ଅକ୍ଷମ ଥିଲେ। ସେ ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ୧୦ହଜାର ଟଙ୍କା ଧାର୍ ଦେବା ପାଇଁ କହିଥିଲେ। ତେଣୁ ଆର୍ଥିକ ସମସ୍ୟା ପାଇଁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କର ସମ୍ପର୍କିୟମାନେ କହିଛନ୍ତି।
Powered by Froala Editor