ଆପଣଙ୍କ ରୋଷେଇ ଘରେ ରହିଛି ବିଶେଷ ଔଷଧ
ଆପଣ ଜାଣନ୍ତି କି ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ ପାଇଁ ଏହା ଆମର ଅନେକ ଉପକାରରେ ଆସିଥାଏ। ଯେମିତି କି:
ଅଁଳା: ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍ସରେ ଭରା ଅଁଳା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବ୍ରଣ ସମସ୍ୟାରୁ ମୁକ୍ତି, କ୍ୟାନ୍ସର ସହ ଲଢିବା ତଥା କେଶରେ ପ୍ରାକୃତିକ ଚମକ୍ ଆଣିବାରେ ବେଶ୍ ଉପକାରୀ ହୋଇଥାଏ।
ଡାଲ୍ଚିନି: କୋଲେଷ୍ଟରଲ୍ ଓ ବ୍ଲଡ୍ ସୁଗାର୍କୁ ନିୟନ୍ତ୍ରଣରେ ରଖିବା ସହ ଓଜନ କମାଇବାରେ ଏହା ସହାୟକ ହୋଇଥାଏ।
ଅଦା-ରସୁଣ: ସ୍ମରଣଶକ୍ତି ଓ ଭୋକ ବଢାଇବା, ଗ୍ୟାସ୍, ଆର୍ଥ୍ରାଇଟିସ୍, ସ୍ପଣ୍ଡିଲାଇଟ୍ସ, ଥଣ୍ଡା କାଶରୁ ଅଦା ଅନେକାଂଶରେ ମୁକ୍ତି ଦେଇଥାଏ। ରସୁଣ କୋଲେଷ୍ଟରଲ୍, ବ୍ଲଡ୍ ପ୍ରେସର୍କୁ ନିୟନ୍ତ୍ରଣରେ ରଖିବା ସହ ଥଣ୍ଡାଜନିତ ରୋଗରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ।
ମହୁ: ମହୁ ଓ ଅଦା ରସ ଖାଇଲେ ଥଣ୍ଡାକାଶରୁ କିଛି ମାତ୍ରାରେ ଉପଶମ ମିଳେ। ଏହା ହିମୋଗ୍ଲୋବିନ୍କୁ ବି ବଢ଼ାଇବାରେ ସାହାଯ୍ୟ କରେ। ଖଣ୍ଡିଆ କିମ୍ବା ପୋଡାଜଳା ସ୍ଥାନରେ ମହୁ ଲଗାଇଲେ ଆରାମ ମିଳେ।
ଗୁଡ: ଥଣ୍ଡା ସମସ୍ୟା ସହିତ ଗଳା ଓ ପେଟ ସମ୍ବନ୍ଧୀୟ ନାନାଦି ରୋଗରୁ ଏହା ଉପଶମ ଦେଇଥାଏ। ଥକ୍କାପଣ ବି ଦୂର କରିଥାଏ।
ଲେମ୍ବୁ: ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ, ଫ୍ରେଶ୍ ଲାଗେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, କୋଲେଷ୍ଟରଲ୍କୁ ନିୟନ୍ତ୍ରଣରେ ରଖିବାରେ ବି ଏହା ସାହାଯ୍ୟ କରେ।
Powered by Froala Editor