କରୋନା କାଳରେ ଗଙ୍ଗା କୂଳରେ ଭାସୁଥିଲା କେତେ ଶବ, ରିପୋର୍ଟ ମାଗିଲେ ଏନଜିଟି

କରୋନା ସମୟରେ ତ୍ତରପ୍ରଦେଶ ଓ ବିହାରର ଗଙ୍ଗା ନଦୀରେ କୁଢ କୁଢ ଶବ ଭାସିବା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏବେ ଏହାକୁ ଗମ୍ଭୀରତାର ସେଇ ନେଇଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ(ଏନଜିଟି)। କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗଙ୍ଗାରେ ଭାସୁଥିବା ଏବଂ ନଦୀ କୂଳରେ ପୋତି ଦିଆଯାଇଥିବା ମୃତଦେହ ସଂଖ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଏନଜିଟି(ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ) ଉଭୟ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଏବଂ ବିଶେଷଜ୍ଞ ସଦସ୍ୟ ଡକ୍ଟର ଆଫ୍ରୋଜ ଅହମ୍ମଦଙ୍କ ବେଞ୍ଚ ଉତ୍ତରପ୍ରଦେଶ ଓ ବିହାରର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ)ଙ୍କୁ ଏହି ପ୍ରସଙ୍ଗରେ ଏକ ପ୍ରକୃତ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏନଜିଟି ଏହା ଜାଣିବାକୁ ଚାହିଁଛନ୍ତି ଯେ, ଦୁଇ ରାଜ୍ୟ ସରକାର ଦାହ ସଂସ୍କାର ଏବଂ ପୋତିବା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି ? ଗଙ୍ଗା ନଦୀରେ ଶବ ନଫିଙ୍ଗିବା ଏବଂ କୂଳରେ ଶବ ନପୋତିବା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଜନ ଭାଗିଦାରୀ ବଢାଇବା ଦିଗରେ ଦୁଇ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ତାର ରିପୋର୍ଟ ମଧ୍ୟ ମାଗିଛନ୍ତି। ଟ୍ରିବ୍ୟୁନାଲ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ କୌଣସି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି କି ନାହିଁ?
Powered by Froala Editor