ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ୨୭ରେ କେରଳ ସ୍ପର୍ଶ କରିବ

ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୫ ଦିନ ଆଗରୁ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ମେ’ ୨୭ରେ କେରଳ ସ୍ପର୍ଶ କରିବ । ଏହାପରେ ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ପହଞ୍ଚିଯିବ ବୋଲି ଆକଳନ କରାଯାଇଛି । ସେହିପରି ବଙ୍ଗୋପସାଗରେ ଅନ୍ୟ ପ୍ରାନ୍ତକୁ ମୌସୁମୀ ଅଗ୍ରସର ପାଇଁ ମଧ୍ୟ ପାଗ ଅନୁକୂଳ ରହିଛି। ଆସନ୍ତା ୨-୩ ଦିନ ମଧ୍ୟରେ ଆଣ୍ଡାମାନ ସାଗରର ପୂର୍ବ କେନ୍ଦ୍ରୀୟ ଅଞ୍ଚଳକୁ ପ୍ରସାରିତ ହେବ ବୋଲି ଜଣାପଡ଼ିଛି। ସେହିପରି ଲକ୍ସରଦ୍ୱୀପ ଉପରେ ଏକ ସାମୁଦ୍ରିକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ତାମିଲନାଡ଼ୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
Powered by Froala Editor