ଆଣ୍ଟାର୍କଟିକାରେ ଶୀତ ରାତି ଆରମ୍ଭ, ୪ ମାସ ଗବେଷଣା କରିବାକୁ ଟିମ୍ ପ୍ରସ୍ତୁତ

ଆଣ୍ଟାର୍କଟିକାରେ ୪ ମାସ ପାଇଁ ଉଭେଇ ଯିବେ ସୂର୍ଯ୍ୟ। ଆରମ୍ଭ ହୋଇଛି ଦୀର୍ଘକାଳୀନ ରାତି। ସେଠାରେ ଏହି ୪ ମାସ ରାତି ହେଉଥିବାରୁ ଏଥି ପାଇଁ ଏକ ଗବେଷଣା ଟିମ୍ ନିଜକୁ ପ୍ରସ୍ତୁତ କରିଛି। ୟୁରୋପ୍ର କନ୍କୋର୍ଡିଆ ଗବେଷଣା ସେଣ୍ଟରର ୧୨ ଜଣ ବୈଜ୍ଞାନିକ ଏହି ଗବେଷଣା କରିବେ।
ସମଗ୍ର ବିଶ୍ବରେ ମୁଖ୍ୟତଃ ୪ଟି ଋତୁ ଅନୁଭୂତ ହେଉଥିବା ବେଳେ ଆଣ୍ଟାର୍କଟିକାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମକାଳରେ ୬ ମାସ ଦିନ ଏବଂ ଶୀତଋତୁରେ ୬ ମାସ ରାତି ସୂର୍ଯ୍ୟକୁ ପରିକ୍ରମା କରିବା ବେଳେ ପୃଥିବୀର ଅକ୍ଷ ସୂର୍ଯ୍ୟ ଆଡ଼କୁ ଅଣେଇବା ଉପରେ ଭୂପୃଷ୍ଠରେ ଋତୁଚକ୍ର ଅନୁଭୂତ ହୁଏ। ପୃଥିବୀର ବିଭିନ୍ନ ପ୍ରାନ୍ତରେ ପଡୁଥିବା ସୂର୍ଯ୍ୟ କିରଣ ଋତୁଚକ୍ର ପାଇଁ ଦାୟୀ। ‘ନାସା’ ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଗ୍ରୀଷ୍ମ କାଳରେ ଭୂପୃଷ୍ଠରେ ଥିବା ଆଣ୍ଟାର୍କଟିକା ସୂର୍ଯ୍ୟ ଆଡ଼କୁ ଢଳି ରହୁଥିବାରୁ ସବୁବେଳେ ସୂର୍ଯ୍ୟାଲୋକ ପାଇଥାଏ। ସୂର୍ଯ୍ୟର ବିପରିତ ଦିଗକୁ ଢଳି ରହିଲେ ଆଣ୍ଟାର୍କଟିକା ମହାଦେଶ ଅନ୍ଧକାରରେ ଡୁବିଯାଏ। ଏଠାରେ ତାପମାତ୍ରା ୮୦ ଡିଗ୍ରୀ ସେଲସିୟସ ତଳେ ରୁହେ। ଶୀତ ସମୟରେ ସମଗ୍ର ଆଣ୍ଟାର୍କଟିକା ବରଫାବୃତ ପାହାଡ଼ରେ ଘୋଡ଼ାଇ ହୁଏ।
ଆଣ୍ଟାର୍କଟିକାରେ ଥିବା ୟୁରୋପ୍ର କନ୍କୋର୍ଡିଆ’ ଗବେଷଣା କେନ୍ଦ୍ରରେ ସମ୍ପ୍ରତି ୧୨ଜଣ ବୈଜ୍ଞାନିକ ରହି ଗବେଷଣା କରୁଛନ୍ତି। ଦୀର୍ଘ କାଳି ଧରି ଏଠାରେ ରାତି ହେଉ ଥିବାରୁ ବୈଜ୍ଞାନକିମାନେ ଆଗୁଆ ପ୍ରସ୍ତୁତ କରିଛନ୍ତି।
Powered by Froala Editor