ବଙ୍ଗୀୟ ଅଭିନେତ୍ରୀଙ୍କ ମିଳିଲା ଝୁଲନ୍ତା ମୃତଦେହ

କୋଲକାତା: ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ତାଙ୍କୁ ବଙ୍ଗୁର ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି । ଅଭିନେତ୍ରୀଙ୍କ ଏପରି ମୃତ୍ୟୁ ପଛର କାରଣ ଖୋଜିବାକୁ ଚେଷ୍ଟା କରୁଛି ।
ଅଭିନେତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଖବର ତାଙ୍କ କୋ-ଷ୍ଟାର ଏବଂ ପ୍ରଶଂସକଙ୍କୁ ଚକିତ କରିଛି । ଟିଭି ଶୋ' 'ମୋନ ମୋନ ନା' ରେ ଏକାଠି କାମ କରିଥିବା ସହ-କଳାକାର ଅନମିତ୍ରା ବତାବ୍ୟାଲ ଏହି ଖବର ଶୁଣି ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ମେ ୧୨ ରେ ଟେଲିଭିଜନ ଶୋ' ପାଇଁ ସେମାନେ ସୁଟିଂ କରିଥିଲେ ଏବଂ ପରେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏହି ଖବରକୁ ସେ ବିଶ୍ବାସ କରିପାରିନାହାନ୍ତି ବୋଲି କହିଛନ୍ତି ।ଅଭିନେତ୍ରୀ ପଲ୍ଲବୀ ଏହି ଶୋ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ପଲ୍ଲବୀଙ୍କ ମୃତ୍ୟୁ ତାଙ୍କ ସହକର୍ମୀ ତଥା ଅନ୍ୟ କଳାକାରମାନଙ୍କୁ ଗଭୀର ଶୋକ ସାଗରରେ ଭସାଇଛି ।
Powered by Froala Editor