ଆଜି ଦେଶରେ ୨ହଜାର ୪୭୮ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶକୁ ପୁଣି ଘାରିଛି କରୋନା ଭୟ । ଦୈନିକ ସଂକ୍ରମଣ ଏବଂ ମୃତୁ୍ୟ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ୩ ହଜାର ତଳେ ରହିଛି । ଆଜି ୨ ହଜାର ୨୦୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ମୃତୁ୍ୟ ସଂଖ୍ୟା ୨୭ ରହିଛି । ଏହି ସମୟରେ ସକ୍ରିୟ ମାମଲା ୧୭ ହଜାର ୩୧୭ ରହିଛି ।
ସେହିପରି ୨୪ ଘଣ୍ଟାରେ ୨ହଜାର ୫୫୦ଜଣ ସୁସ୍ଥ ହୋଇଛନ୍ତି । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୪୧ଛୁଇଁଛି । ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୨୩ହଜାର ୮୦୧ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୮୨ହଜାର ୧୪୩ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୯୧କୋଟି ୪୦ଲକ୍ଷରୁ ଅଧିକ ଟପିଛି । ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଥିବାବେଳେ ୮୨ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୬୧୩ଜଣ ଆକ୍ରାନ୍ତ, ସେହିପରି କେରଳରେ ୪୨୮ଜଣ, ହରିଆଣାରେ ୩୦୨, ମହାରାଷ୍ଟ୍ରରେ ୨୫୫, ଉତ୍ତରପ୍ରଦେଶରେ ୧୫୩ଜଣ, କର୍ଣ୍ଣାଟକରେ ୧୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Powered by Froala Editor