ପୂର୍ବ ଶତ୍ରୁତା ନେଲା ସାଂଘାତିକ ରୂପ, ଟେକା ମାଡ଼ରେ ୫ ମୃତ

ଯମୁନାନଗର: ପୂର୍ବ ଶତ୍ରୁତା ନେଲା ସାଂଘାତିକ ରୂପ । କେନାଲରେ ଗାଧୋଉଥିବା ଏକ ଗୋଷ୍ଠୀର ୧୦ ଜଣଙ୍କ ଉପରକୁ ଅପର ଗୋଷ୍ଠୀର ଯୁବକମାନେ ଅତର୍କିତ ଭାବେ ଇଟା, ଟେକା ମାଡ଼ କରିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ୫ ଜଣ। ଏପରି ଅଭାବନୀୟ ତଥା ଅମାନବୀୟ ଘଟଣା ହରିୟାଣାରେ ଘଟିଥିବା ବେଳେ ପୁଲିସ୍ ଆକ୍ରମଣକାରୀଙ୍କୁ ଖୋଜୁଛି।
ଗତକାଲି ୧୦ ଜଣ ଯୁବକ କାର୍ରେ ଆସି ପହଞ୍ଚି ଯମୁନା କେନାଲରେ ଗାଧୋଉଥିଲେ। ଏହାର ସୁଯୋଗ ନେଇ ସେମାନଙ୍କର କିଛି ବିରୋଧୀ ଗୋଷ୍ଠୀ ମୋଟର ସାଇକେଲରେ ଆସି ସେଠାରେ ପହଞ୍ଚିଥିଲେ। ଏହାପରେ ଅତର୍କିତ ଭାବେ କେନାଲରେ ଗାଧୋଉଥିବା ଯୁବକଙ୍କ ଉପରକୁ ସେମାନେ ଇଟା, ଟେକା ମାଡ଼ କରିଥିଲେ। ଫଳରେ ପ୍ରାଣ ବିକଳରେ ଗାଧୋଉଥିବା ଯୁବକମାନେ କୂଳକୁ ଆସି ନ ପାରି ପାଣି ଭିତରକୁ ଚାଲି ଯାଇଥିଲେ।
ସେମାନଙ୍କ ମଧ୍ୟରୁ ୫ ଜଣ ପହଁରି ଅନ୍ୟ କୂଳରେ ଲାଗି ଥିବା ବେଳେ ଆଉ ୫ ଜଣ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି କେନାଲରେ ଖୋଜାଖୋଜି କରି ୫ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା।
Powered by Froala Editor