ଅକ୍ଷୟ କୁମାରଙ୍କୁ କୋରୋନା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କୋରୋନା । କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ଖିଲାଡି କୁମାର । ଫଳରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫେଷ୍ଟିଭାଲ ୨୦୨୨ରେ ଯୋଗ ସେ ଦେଇପାରିବେନି ବୋଲି ସୂଚନା ରହିଛି । ଅକ୍ଷର କୁମାର ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି ଯେ, "କାନ୍ସ ୨୦୨୨ରେ ଯୋଗଦେବାକୁ ବ୍ୟାକୁଳତାର ସହ ଅପେକ୍ଷା କରିଥିଲି, କିନ୍ତୁ ଦୁଃଖଦ ବିଷୟ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଛି ।' କାନ୍ସ ଫେଷ୍ଟିଭାଲରେ ଯୋଗଦେବାକୁ ଯାଉଥିବା ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ।"
Powered by Froala Editor