ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ଚିତ୍ରଶିଳ୍ପୀ ସୁଚିସ୍ମିତା

ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋ ନଗର ଅଞ୍ଚଳର ଚିତ୍ରଶିଳ୍ପୀ ସୁଚିସ୍ମିତା ଦାସ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ପୁରୁଣା କାଚ ବୋତଲ ଉପରେ ସ୍ପଞ୍ଜ ଆକ୍ରିଲିକ୍ ପେଣ୍ଟ ଆଙ୍କି ଅନୁଗୋଳ ପାଇଁ ଗୌରବ ଆଣିଛନ୍ତି। ପିଲାଦିନରୁ ଚିତ୍ରଆଙ୍କି ବହୁ ସୁନମା ଅର୍ଜନ କରୁଥିଲୋ ହାତର ଯାଦୁଗରୀରେ ଅନୁଗୋଳ ଜିଲ୍ଲାର ଟେକ ରଖିବା ପାଇଁ ମନସ୍ଥ କଲେ । ବିଭିନ୍ନ ସ୍ଥାନରୁ ମନ ଲୋଭାଭଳି ଭଳିକି ଭଳି ବୋତଲ ସଂଗ୍ରହ କରି ବୋତଲ ଉପରେ ସ୍ପଞ୍ଜ ଆକ୍ରିଲିକ୍ ସାହାଯ୍ୟରେ ସାଧାରଣ ଲୋକଙ୍କ ଅବିକଳ ଛବି ଆଙ୍କିଥିଲେ।
ଗୋଟିଏ ଚିତ୍ର ଆଙ୍କିବା ପାଇଁ ତାଙ୍କୁ ୩୦ ମିନିଟ୍ ସମୟ ଲାଗିଥାଏ। କିଛି ଶୁଭେଚ୍ଛୁ ଏହି କୃତିକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ କରିବା ପାଇଁ ପ୍ରେରଣ ଦେବାରୁ ସୁଚିସ୍ମିତା ତାଙ୍କର ପ୍ରୟାସ ଆରମ୍ଭ କଲେ ଶେଷରେ ତାଙ୍କର କାଚ ବୋତଲରେ ଆଙ୍କିଥିବା ଆକ୍ରିଲିକ୍ ପେଣ୍ଟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ ହୋଇଛି ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳୁ ନାଲ୍କୋ ସ୍ଥିତ ଦି କ୍ଲବ ଚିତ୍ରକଳା ଶିକ୍ଷାନୁଷ୍ଠାନରୁ ଚିତ୍ରକଳା ଶିକ୍ଷା ଆରମ୍ଭ କରିଥିଲେ ।
ସେ ବର୍ତ୍ତମାନ ଭୁବନେଶ୍ୱରରେ ଆଇଟି ଇଞ୍ଜିନିୟର ଭାବରେ କାର୍ଯ୍ୟରତ ଅଛନ୍ତି। ସେ ନିଜ ପ୍ରୟାସରେ ଅନେକ ଚିତ୍ରଶିଳ୍ପୀ ସୃଷ୍ଟି କରିପାରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ଆବେଦନ କରିଥିଲେ।
Powered by Froala Editor