୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭିଡ ଟିକା
ଏଣିକି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭିଡ ଟିକା ଦିଆଯିବ । ୫ରୁ ୧୨ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଏବଂ ୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ଏଥିପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ( ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ) ଅନୁମତି ଦେଇଛନ୍ତି ।
ସୂଚନା ଥାଉ କି, ପୂର୍ବରୁ ୫ରୁ ୧୨ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି)କୁ ସୁପାରିଶ କରିଥିଲା । ସେହିପରି ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବାକୁ ବିଶେଷଜ୍ଞ କମିଟି ଅନୁଧ୍ୟାନ କରିଥିଲା । ଏବେ ଡିସିଜିଆଇ ଏହି ଟିକାର ବ୍ୟବହାରକୁ ଅନୁମତି ଦେଇଛି । ତେବେ ଏହି ଟିକା ବର୍ତ୍ତମାନ କେବଳ ୬ରୁ ୧୨ ବର୍ଷର ପିଲାଙ୍କୁ ହିଁ ଦିଆଯିବ ବୋଲି କୁହାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନମୁଖ ମାଣ୍ଡବୀୟ ଏହି ସୂଚନା ଟ୍ୱିଟରରେ ଦେଇଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, କରୋନା ଯୁଦ୍ଧକୁ ସୁଦୃଢ଼ କରି ଏହିଭଳି ନିଷ୍ପତ୍ତି ନିଆଯାଇଛି । ଏହି ବର୍ଗର ବୟସ ପାଇଁ ଦୁଇଟି ଟିକା ଚୟନ କରାଯାଇଛି । ଏହା ସହିତ ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ Zycov-Dର ଦ୍ୱିତୀୟ ଡୋଜ୍ ଟିକାକୁ ଅନୁମତି ମିଳିଛି ।
Powered by Froala Editor