ଦିଲ୍ଲୀରେ କଟକଣା କଡାକଡ଼ି : ମାସ୍କ ନପିନ୍ଧିଲେ ଲାଗିବ ୫୦୦ ଫାଇନ୍
ପୁଣି ଥରେ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଣୁ ରାଜଧାନୀରେ କଡ଼ା କଟକଣା ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ନପିନ୍ଧିଲେ ଅମାନିଆଙ୍କ ପାଇଁ ୫୦୦ ଟଙ୍କା ଫାଇନ କରାଯିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଶୁକ୍ରବାର ଦିଲ୍ଲୀ ସରକାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି “ଯେଉଁମାନେ ନିୟମ ମାନିବେ ନାହିଁ ସରକାର ତାଙ୍କ ଉପରେ ୫୦୦ ଟଙ୍କା ଫାଇନ୍ କରିବେ। ତେବେ ଘରୋଇ ୪ ଚକିଆ ଯାନରେ ଏକା ସାଙ୍ଗରେ ଯାଉଥିବା ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବନାହିଁ।”
ଗୁରୁବାର ଦିନ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ୩୯ଟି ନୂଆ ମାମଲା ଦେଖିବାକୁ ମିଳିଥିଲା । ରାଧାକ୍ରିଷ୍ଣନ୍ କହିଛନ୍ତି ଯେ, ଆଜିକାଲି ଲୋକମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧୁନଥିବାର ଦେଖିବାକୁ ମିଳିଛି । ଆଉ ମାସ୍କ ନ ପିନ୍ଧିବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ଏହି କଟକଣା ଜାରି କରାଯାଇଛି ।
Powered by Froala Editor