ବଡ଼ଗାମ ବିଧାୟକ ଜିଗ୍ନେଶ ମେୱାଣୀଙ୍କୁ ଗିରଫ କଲା ଆସାମ ପୋଲିସ

ଆସାମ ପୁଲିସ ଦ୍ବାରା ଗିରଫ ହୋଇଥିବା ଗୁଜରାଟର ବଡ଼ଗାମ ବିଧାୟକ ଜିଗ୍ନେଶ ମେୱାଣୀଙ୍କୁ ଆଜି ବିମାନ ଯୋଗେ ଅହମଦାବାଦରୁ ଆସାମ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକ୍ରାନ୍ତରେ ମେୱାଣୀ ପୋଷ୍ଟ କରିଥିବା ଟୁଇଟ୍ ଉପରେ ଆସାମର ଜଣେ ‘ବିଜେପି’ ନେତା ଅଭିଯୋଗ ଦାଏର କରିଥିଲେ। ତେବେ ଜିଗ୍ନେଶଙ୍କ ଏହି ଟ୍ୱିଟକୁ ଟ୍ବିଟର ପରେ ହଟାଇ ଦେଇଥିଲା । ଏହାକୁ ନେଇ କୋକ୍ରାଝରର ବିଜେପି ନେତା ଅରୁପ କୁମାର ଦେ ମେୱାଣୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।
ମାମଲାକୁ ଆଧାର କରି ଆସାମ ପୋଲିସ ଜିଗ୍ନେସ ମେଓ୍ୱାନୀଙ୍କୁ ଗୁଜରାଟରୁ ଗିରଫ କରିଛି । ରାତିରେ ତାଙ୍କୁ ସଡ଼କ ପଥରେ ଅହମ୍ମଦାବାଦ ଅଣାଯାଇଥିଲା ସେଠାରୁ ତାଙ୍କୁ ଆଜି ସକାଳେ ବିମାନ ଯୋଗେ ଗୌହାଟି ଆଣିଛି ଆସାମ ପୋଲିସ ।
ତେବେ ମେଓ୍ବାନୀଙ୍କ ଗିରଫଦାରୀକୁ ନେଇ ବିକ୍ଷୋଭ କରିଛନ୍ତି ତାଙ୍କ ସମର୍ଥକ । ଆସାମ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସେମାନେ ବିରୋଧ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୋର ଏବଂ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ଅହମଦାବାଦ ବିମାନ ବନ୍ଦରକୁ ଯାଇ ‘ବିଜେପି’ ସରକାରଙ୍କ ବିରୁଦ୍ଧରେ ‘ସ୍ଲୋଗାନ୍’ ଦେଇଥିଲେ।
Powered by Froala Editor