ପନିପରିବାକୁ ରାସ୍ତାରେ ଢାଳି ପ୍ରତିବାଦ କଲେ ବ୍ୟବସାୟୀ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ କରୋନା ଚେନକୁ ଭାଙ୍ଗିବା ପାଇଁ ଆଜି ଠାରୁ ଲକଡାଉନ ବା ତାଲାବନ୍ଦ ଆରମ୍ଭ ହୋଇଛି । ତେବେ ସକାଳ ୬ଟାରୁ ପର୍ଯ୍ୟନ୍ତ ଲୋକମାନଙ୍କୁ ରାସନ ସାମଗ୍ରୀ ସହ ପନିପରିବା କିଣିବାକୁ ଅନୁମତି ଦିଆଯାଇଛି । ତେବେ ସରକାରଙ୍କୁ କଟକଣାକୁ ଅଧିକାଂଶ ପରିବା ବ୍ୟବସାୟୀମାନେ କ୍ଷତି ସହୁଛନ୍ତି । ପରିବା ବିକ୍ରି ହେଉନି । ତେଣୁ ବ୍ୟବସାୟୀମାନେ ପନିପରିବାକୁ ରାସ୍ତାରେ ଢାଳି ପ୍ରତିବାଦ କରିଛନ୍ତି । ବଲାଙ୍ଗୀରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ପରିବା ବିକ୍ରି ନହେବାରୁ ଡେଲି ମାର୍କେଟ ବ୍ୟବସାୟୀମାନେ ରାସ୍ତାରେ ପରିବା ଢାଳିଛନ୍ତି । ପ୍ରଶାସନର କରୋନା କଟକଣା ଯୋଗୁଁ ପନିପରିବା ବିକ୍ରି ହେଉନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।
Powered by Froala Editor