ଯୋଗୀଙ୍କ ନିର୍ଦ୍ଦେଶ : ୧୦୦ ଦିନରେ ୫୦ ହଜାର ଗୋରୁଙ୍କ ପାଇଁ ତିଆରି ହେବ ଆଶ୍ରୟସ୍ଥଳୀ
୧୦୦ ଦିନ ମଧ୍ୟରେ ୫୦,୦୦୦ ବୁଲା ଗୋରୁଙ୍କ ଆଶ୍ରୟସ୍ଥଳୀର ନିର୍ମାଣ ହେବ । ଦ୍ୱିତୀୟ କାର୍ଯ୍ୟକାଳର ଛଅ ମାସ ମଧ୍ୟରେ ଏହାକୁ ବୃଦ୍ଧି କରି ୧ ଲକ୍ଷ ଗୋରୁଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା ହେବ । ରାଜ୍ୟର କୃଷି ଏବଂ ଅନ୍ୟ ସହଯୋଗୀ ବିଭାଗର ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମିର୍ଜାପୁର ଜିଲ୍ଲାର ହାଲିଆ ଅଞ୍ଚଳରେ ଏକ ପ୍ରାକୃତିକ ଜଳ ଉତ୍ସ ଏବଂ ଜଙ୍ଗଲ ଅଞ୍ଚଳ ସହିତ ରାଜ୍ୟର ପ୍ରଥମ ଗାଈ ଅଭୟାରଣ୍ୟ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ଏହି ଅଭୟାରଣ୍ୟକୁ ଏକ ପର୍ଯ୍ୟଟନ ସ୍ଥାନ ତଥା ଗୋରୁ ସଂରକ୍ଷଣ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଯୋଜନା ରଖାଯାଇଥିଲା। କିନ୍ତୁ, କରୋନା ମହାମାରୀ ଏବଂ ବିଧାନସଭା ନିର୍ବାଚନ ହେତୁ ଏହି ପ୍ରସ୍ତାବିତ ଗୋରୁ ଅଭୟାରଣ୍ୟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ବର୍ତ୍ତମାନ ସେହି ଯୋଜନା କାର୍ଯ୍ୟକାରୀ କରିବାକୁ ଯୋଗୀ ସରକାର ଚିନ୍ତା କରିଛନ୍ତି ।
Powered by Froala Editor