ରେସକ୍ୟୁ ବେଳେ ହାତ ଖସିଗଲା, ଚାଲିଗଲା ଯାତ୍ରୀଙ୍କ ଜୀବନ
ଝାଡଖଣ୍ଡର ଦେଓଘରରେ ରୋପୱେ ଦୁର୍ଘଟଣାରେ ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ଅପରେସନ ଶେଷ ହୋଇଛି । ରବିବାର ସଂଧ୍ୟା ୫ଟାରେ ଦେଓଘରରେ ତ୍ରିକୂଟରେ ଦୁଇଟି ରୋପୱେ ପରସ୍ପର ସହ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଯୋଗୁଁ ରୋପୱେର ପରିଚାଳନା ସମ୍ପୂର୍ଣ୍ଣ ଠକ ହୋଇଯାଇଥିଲା ଏବଂ ୬୦ ଜଣ ଫସି ରହିଥିଲେ। ଦୀର୍ଘ ୪୦ ଘଣ୍ଟା ଧରି ଚାଲିଥିବା ଅପରେସନରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଅପରାହ୍ଣ ଯାଏଁ ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ। ଆଜି ପ୍ରାୟ ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲ।
ତେବେ ଉଦ୍ଧାର ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ଜଣଙ୍କ ଘର ପଶ୍ଚିମବଙ୍ଗରେ, ଯିଏ ହେଲିକପ୍ଟର ରେସକ୍ୟୁ ସମୟରେ ତଳେ ପଡିଯାଇଥିଲେ। ବାୟୁସେନା ହେଲିକପ୍ଟର ଯୋଗେ ମୃତ୍ୟୁ ମୁହଁରୁ ବାହାରି ଆସିବାକୁ ଯାତ୍ରୀଜଣକ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ । ହେଲେ ଶେଷ ମୁହୂର୍ତ୍ତରେ ସବୁ ଫେଲ୍ ମାରିଲା। ଆଉ ମାତ୍ର କିଛି ସେକେଣ୍ଡରେ ରେସକ୍ୟୁ ଟିମ୍ ସୁରକ୍ଷିତ ଭାବେ ଉଦ୍ଧାର କରିଦେଇଥାନ୍ତେ । ହେଲେ ମଝି ଆକାଶରେ ହାତ ଖସିଯିବାରୁ ତଳେ ପଡ଼ି ଜଣେ ଯାତ୍ରୀଙ୍କ ଜୀବନ ଚାଲିଗଲା । କାହିଁକି ଓ କିପରି ଏତେବଡ଼ ଅଘଟଣ ଘଟିଗଲା ତାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।
Powered by Froala Editor