ଆଇଏଏସ ପ୍ରଦୀପ ଗୱାନ୍ଦେଙ୍କୁ ଦ୍ୱିତୀୟ ବିବାହ କରିବେ ଟିନା ଡାବି
ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଆଇଏଏସ ଟପ୍ପର ଟିନା ଡାବି । ୨୦୧୬ ରାଜସ୍ଥାନ କ୍ୟାଡରର ଅଫିସର ଟିନା ଡାବି ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାନ୍ଦେଙ୍କ ସହ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଦୀପ ଗୱାନ୍ଦେସହ ନିଜର କିଛି ଫଟୋ ପୋଷ୍ଟ କରି ତାଙ୍କ ନୂଆ ଜୀବନ ସାଥୀଙ୍କ ବିଷୟରେ ଖୁଲାସା କରିଛନ୍ତି ।
ନିକଟରେ ଆଇଏସ୍ ଅଥର ଖାନ୍ଙ୍କୁ ଛାଡପତ୍ର ଦେଇଥିଲେ ଟିନା। ନିଜର କାର୍ଯ୍ୟଶୈଳୀ ଏବଂ ସୋଶାଲ ମିଡିଆରେ ସକ୍ରିୟ ରହି ଚର୍ଚ୍ଚାରେ ରହୁଥିବା ଟିନା ଡାବି ୨୦୧୬ରେ ଟପ୍ପର ହୋଇଥିଲେ। ଆଉ ଅଥର ଖାନ୍ ପାଇଥିଲେ ଦ୍ୱିତୀୟ ରାଙ୍କ। ଉଭୟ ଟ୍ରନିଂ ବେଳେ ପରସ୍ପରକୁ ଭଲ ପାଇ ବସିଥିଲେ। ଆଉ ୨୦୧୮ରେ ବିବାହ କରିଥିଲେ। ଦୁଇ ଶିକ୍ଷିତ ବ୍ୟକ୍ତି ଧର୍ମ ଅଲଗା ହୋଇଥିଲେ ମଧ୍ୟ ପରସ୍ପରକୁ ଆପଣାଇଥିବାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହି ବିବାଦ ଅଧିକ ଦିନ ତିଷ୍ଠି ନଥିଲା। ୨୦୨୦ରେ ଟିନା ଓ ଅଥର ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।
ଏବେ ଟିନା ପୁଣି ଥରେ ଆଇଏଏସ ପ୍ରଦୀପ ଗୱାନ୍ଦେଙ୍କୁ ବିବାହ କରିବେ। ସେ ନିଜ ନିର୍ବନ୍ଧ ଫଟୋ ସୋଶାଲ ମିଡିଆରେ ସେ ଶେଆର କରିଛନ୍ତି। ଏପ୍ରିଲ ୨୨ରେ ଜୟପୁରର ଏକ ଗ୍ରାଣ୍ଡ ହୋଟେଲରେ ଟିନା ଓ ପ୍ରଦୀପ ବିବାହ କରିବେ।
Powered by Froala Editor