୩ ପଦ ଛାଡ଼ି କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଭାଙ୍ଗି ଦେଲା ବିଏସ୍ପି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିଏସ୍ପି ମାତ୍ର ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏହି ବିପର୍ଯ୍ୟୟ ପରେ ଏବେ ଦଳ ତା’ର ୩ ପଦ ଛାଡ଼ି ତା’ର କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଭାଙ୍ଗି ଦେଇଛି। ରାଜ୍ୟ ଦାୟିତ୍ବରେ ରହିବା ପାଇଁ ୩ଜଣ ମୁଖ୍ୟ ସମନ୍ବୟ ରକ୍ଷାକାରୀଙ୍କ ନାମ ମଧ୍ୟ ‘ବିଏସ୍ପି’ ଘୋଷଣା କରିଛି। ସେ ୩ ନେତା ହେଲେ, ମିରଟର ମୁନ୍କଦ୍ ଅଲି, ବୁଲନ୍ଦସରର ରାଜକୁମାର ଗୌତମ ଏବଂ ଆଜମଗଡ଼ର ବିଜୟ କୁମାର।
ବିଧାନସଭା ନିର୍ବାଚନରେ ଦଳ ପରାସ୍ତ ହେବା ପରେ ମାର୍ଚ ୨୭ ତାରିଖରେ ସମୀକ୍ଷା ବୈଠକ ବସିବ ବୋଲି ଗତକାଲି ଘୋଷଣା କରାଯାଇଥିଲା। ଆଜି ଦଳ ପକ୍ଷରୁ ଲକ୍ଷ୍ନୌରେ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପଛର କାରଣ ଜାଣିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ମାନସମନ୍ଥନ କରାଯାଇଛି। ଏବେ ଦଳରେ ବହୁ ଅଦଳବଦଳ ହେବ ବୋଲି ଆଶା କରାଯାଉଛି। ଦଳର ଡିଭିଜନ୍ସ୍ତରୀୟ ସଙ୍ଗଠନରେ ମଧ୍ୟ ଅନେକ ନୂଆ ନେତାଙ୍କୁ ଦାୟିତ୍ବ ଦିଆଯାଇପାରେ।
Powered by Froala Editor