ଶପଥ ନେବା ପରେ ବଡ଼ ଘୋଷଣା କଲେ ଯୋଗୀ : ଆଉ ୩ ମାସ ମିଳିବ ମାଗଣା ରାସନ

ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଦ୍ୱିତୀୟ ଥର ପାଇଁ ୟୁପିର ମଙ୍ଗ ଧରିଛନ୍ତି । ତେବେ ଯୋଗୀ ସରକାର ପୁଣି ଥରେ କ୍ଷମତାକୁ ଆସିବା ପରେ ମାଗଣା ରାସନ ଯୋଜନାର ଲାଭାର୍ଥୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାକୁ ଏବେ ୩ ମାସ ପାଇଁ ବଢ଼ାଇ ଦିଆଯାଇଛି। ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଏହି ଯୋଜନା କରୋନା ସମୟରେ ଆରମ୍ଭ କରାଯାଇଥିଲା। ଏହି ମାଗଣା ରାସନ ଯୋଜନାରେ ପାଖାପାଖି ୩ ହଜାର ୨୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଯୋଜନା ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ବୋଲି ଯୋଗୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ମାର୍ଚ ୩୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ପରିବର୍ଦ୍ଧନ କରିବା ଲାଗି ଆମେ ସ୍ଥିର କରିଛୁ। ଏହାଦ୍ବାରା ରାଜ୍ୟର ୧୫ କୋଟି ଜନତା ଉପକୃତ ହେବେ।
ପ୍ରତି ପରିବାରକୁ ମାସକୁ ଅତିରିକ୍ତ ୫ କିଲୋଗ୍ରାମ୍ ଖାଦ୍ୟାଶସ୍ୟ ମିଳିବ। ୨୦୨୦ରେ ମହାମାରୀ ବ୍ୟାପିବା ବେଳେ କେନ୍ଦ୍ର ସରକାର ପ୍ରଥମେ ଏହି ଯୋଜନ ଆରମ୍ଭ କରିଥିଲେ। ଚଳିତ ବର୍ଷ ମାର୍ଚ ୩୦ ତାରିଖରେ ଏହି ଯୋଜାନା ଶେଷ ହୋଇଥାଆନ୍ତା।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆହୁରି ମଧ୍ୟ କହିଛନ୍ତି, ଏହା ହେଉଛି ନୂଆ କ୍ୟାବିନେଟ୍ର ପ୍ରଥମ ନିଷ୍ପତ୍ତି, ଯାହାକୁ ସାଧୁତାର ସହ ପ୍ରଣୟନ କରାଯିବ।
Powered by Froala Editor